କବିତା: ଜୀବନ ଜଞ୍ଜାଳ

Omkar Vasthu
Omkar Vasthu

✒️ତେଜସ୍ଵିନୀ ସାମଲ

ଜୀବନଟା ସତେ ସାଜିଛି ନିଛାଟିଆ ମଶାଣି ଭୁଇଁ
ପାଇବାକୁ ଚାହିଁ ଅନେକ କିଛି ହରାଇଛି
ଜିତିବାକୁ ଚାହିଁ ହାରିଯାଇଛି
ସତେ ଯେମିତି …..
ଏ ଜୀବନଟା ବୋଝ ସାଜିଛି !

Pearl dental clinic
Near Ashish Medical Store, Bhawanipatna

ଜୀଇବାକୁ ଚାହିଁଲେ
ଜୀବନ ଥଟ୍ଟା କରୁଛି
ମରଣ କି ସତେ ହାତ ଠାରି ଡାକୁଛି
ମାଟି ଉପରେ ଥାଇ ସୁଦ୍ଧା
ଆକାଶଟା ଆଜି ବୋଝ ପାଲଟିଛି।

Udyog Nursery
Udyogi Nursery

ଏ ଜୀବନର ମାନେ ଆଉ କ’ଣ କି ?
କିଛି ଦୁଃଖ ଆଉ କିଛି ସୁଖର ମିଶ୍ରଣ
କିଛି ଯନ୍ତ୍ରଣା କିଛି ଆଶା ଆଉ ନିରାଶା
ତଥାପି ଜୀବନ ରୂପକ ଜଉଘରେ
ବଞ୍ଚିବାକୁ ହୁଏ ସହି ସବୁ ଯାତନା।

ଅଧ୍ୟାପିକା, ତୁଳସୀ ମହିଳା ମହାବିଦ୍ୟାଳୟ କେନ୍ଦ୍ରାପଡ଼ା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.