କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ପ୍ରମେୟ ନ୍ୟୁଜ-୭ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମହମ୍ମଦ ଅସଲମଙ୍କ ସ୍ଵାସ୍ଥ୍ୟବସ୍ଥା ଜଟିଳ ଥିବା ଜଣାପଡିଛି। ମଙ୍ଗଳବାର ଦିନ ସେ ହଠାତ ବେହୋସ୍ ହୋଇଯିବା ପରେ ପ୍ରଥମେ ତାଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଜଣେ ନିର୍ଭିକ ଓ ନିରପେକ୍ଷ ସାମ୍ବାଦିକ ଭାବରେ ମହମ୍ମଦ ଅସଲମ କଳାହାଣ୍ଡିର କୋଣ ଅନୁକୋଣରେ ସୁପରିଚିତ। ଅସହାୟ ଜନତାଙ୍କ ସ୍ବରକୁ ନିଜ ଖବର ମାଧ୍ୟମରେ ପ୍ରଶାସନ ପାଖରେ ପହଞ୍ଚାଇବା ପାଇଁ ସେ ଅହରହ ସଂଗ୍ରାମରତ। ଅସଲମ ଅସୁସ୍ଥ ଥିବା ଖବର ପ୍ରଚାରିତ ହେବାପରେ ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ, କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘ ସମେତ ଜିଲ୍ଲାର ସାମ୍ବାଦିକମାନେ ସେ ଶୀଘ୍ର ସୁସ୍ଥ ହୋଇ ଫେରି ଆସନ୍ତୁ ବୋଲି ମାଁ ମାଣିକେଶ୍ଵରୀଙ୍କ ପାଖରେ ପ୍ରାଥନା କରିଛନ୍ତି।