ଶ୍ରୀ ଆଦିତ୍ୟ ହୋଣ୍ଡା ପକ୍ଷରୁ ମେକାନିକ୍‌ଙ୍କୁ ନେଇ ତାଲିମ ଶିବିର

ରାୟଗଡା, (ଶିବ ନାରାୟଣ ଗୈାଡ): ଶ୍ରୀ ଆଦିତ୍ୟ ହୋଣ୍ଡା ରାୟଗଡା ତରଫରୁ ଆଜି ସ୍ଥାନୀୟ ସତ୍ୟମ୍ ରେସିଡେନ୍ସି ହୋଟେଲ ସମ୍ମିଳନୀ କକ୍ଷରେ ବିଏସ-୬ ଟେକ୍ନୋଲୋଜି ଆଧାରିତ ବାଇକଗୁଡିକରେ ପିଜିଏମ୍‌-ଏଫଆଇ ଟେକ୍ନୋଲୋଜିର ବ୍ୟବହୃତ ଯନ୍ତ୍ରାଂଶଗୁଡିକର ଆବଶ୍ୟକତା ଓ କାର୍ଯ୍ୟକ୍ଷମତା ଉପରେ ସ୍ଥାନୀୟ ଘରୋଇ ବାଇକ ଗ୍ୟାରେଜ୍ ମାଲିକ ତଥା ମେକାନିକ୍‌ଙ୍କୁ ନେଇ ଏକ ତାଲିମ ଶିବିର ତଥା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ରାୟଗଡା ସହରରେ ଥିବା ପାଖାପାଖି ୫୦ଜଣ ଘରୋଇ ବାଇକ୍ ଗ୍ୟାରେଜ’ର ମାଲିକ ଓ ମେକାନିକଙ୍କୁ ବିଏସ-୬ ଟେକ୍ନୋଲୋଜିକରେ ନିର୍ମିତ ବାଇକ୍‌, ସ୍କୁଟି ଆଦିର ଯନ୍ତ୍ରାଂଶଗୁଡିକର ମରାମତି ଓ କାର୍ଯ୍ୟକାରିତା ଉପରେ ତାଲିମ ପ୍ରଦାନ କରାଯାଇଥିଲା । ବର୍ତମାନ ବିଏସ-୬ ଟେକ୍ନୋଲୋଜିରେ ପିଜିଏମ-ଏଫଆଇ ଟେକ୍ନୋଲୋଜି ଦ୍ୱାରା ସମସ୍ତ ବାଇକଗୁଡିକରେ ଶଦ୍ଦ ଓ ପ୍ରଦୁଷଣ ମୁକ୍ତ ଏବଂ ସେନ୍ସର ଯନ୍ତ୍ରାଂଶଗୁଡିକ ବ୍ୟବହାର କରାଯାଉଥିବା ଯୋଗୁଁ ଜଣେ ଚାଳକ ସହଜରେ ବାଇକରେ ଦେଖାଯାଉଥିବା ତ୍ରୁଟିକୁ ମଧ୍ୟ ସ୍ୱଂୟ ନିରୀକ୍ଷଣ କରିପାରିବେ ।ବାଇକଗୁଡିକରେ କୈାଣିସ ଯନ୍ତ୍ରାଂଶ ଖରାପ ହେଲେ ସେନ୍ସର ଦ୍ୱାରା ଏହା ସଙ୍କେତକ ଦେଇଥାଏ । ଯଦ୍ୱାରା ଚାଳକ ବାଇକକୁ ଠିକ୍ ସମୟରେ ଏହାକୁ ମରାମତି କରି ସଜାଡିଥାଏ ବୋଲି ତାଲିମ ଶିବିରରେ ଏଲସିଡି ପରଦା ମାଧ୍ୟମରେ ପ୍ରଦର୍ଶିତ କରି ବୁଝାଯାଇଥିଲା । ଏହି କର୍ମଶାଳାରେ ଭୁବନେଶ୍ୱରର ପ୍ରଶିକ୍ଷକ ସମୀର ତ୍ରିପାଠୀ ଅନଲାଇନ ରହି ତାଲିମ ପ୍ରଦାନ କରିଥିବା ବେଳେ ରାୟଗଡାର ସର୍ଭିସ ଏରିଆ ମ୍ୟାନେଜର ଉମେଶ ପାଣିଗ୍ରାହୀ,ଶ୍ରୀ ଆଦିତ୍ୟ ହୋଣ୍ଡାର ଡିଲର ଆର.ରବି କେଶବା ପ୍ରମୁଖ ଉପସ୍ଥିତ ରହିଥିଲେ । କର୍ମଶାଳାରେ ଉପସ୍ଥିତ ମେକାନିକମାନଙ୍କୁ ହୋଣ୍ଡା ପକ୍ଷରୁ ତାଲିମ ପ୍ରମାଣପତ୍ର ଓ ବ୍ୟାଗ୍ ପ୍ରଦାନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.