ମହମ୍ମଦ ଅସଲମଙ୍କ ସ୍ମୃତିରେ ଗୋଲାମୁଣ୍ଡା ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ସ୍ଥିତ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଆଜି ପ୍ରମେୟ ନ୍ୟୁଜ-୭ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମହମ୍ମଦ ଅସଲମଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଗୋଲାମୁଣ୍ଡା ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସ୍ବର୍ଗତ ଅସଲମଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସାଉଲ ମଙ୍ଗରାଜ, ସୁଧିର ପ୍ରସାଦ ସାହୁ, ଦାମୋଦର ଦାସ, ସୁଶାନ୍ତ କୁମାର ଦଳେଇ, ଆଶୁତୋଷ ରାଉତ, ନଉକେଶ୍ୱର ପୁଟେଲ, ବିନ୍ଦୁ ମହାନନ୍ଦ, ବଟକୃଷ୍ଣ ପଣ୍ଡା, ରାଇଚନ ଅଘରିଆ, ଅଶ୍ୱିନ ମଲ୍ଲିକ, ବ୍ରହ୍ମା କାଣ୍ଡ, ଉପେନ୍ଦ୍ର ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱର୍ଗୀୟ ମହମ୍ମଦ ଅସଲମ ସଦା ସର୍ବଦା ଗରୀବ, ନିରୀହ ଲୋକଙ୍କ ପାଇଁ ସ୍ୱର ଉଠାଇ ଜିଲ୍ଲାର ସାମ୍ବାଦିକତା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ତାଙ୍କର ଅକାଳ ବିୟୋଗରେ ସାମ୍ବାଦିକ ଜଗତ ଓ କଳାହାଣ୍ଡି ଜିଲ୍ଲା ପାଇଁ ଅପୁରଣୀୟ କ୍ଷତି ହୋଇଛି ବୋଲି ଉପସ୍ଥିତ ବକ୍ତା ମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ।

Udyog Nursery
Udyogi Nursery

ଏଥିରେ ଗୋଲାମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର କର୍ମକର୍ତ୍ତା ସମେତ ସମାଜସେବୀ ପ୍ରସନ୍ନ ରାଉତ, ରୂପେଶ ଅଗ୍ରୱାଲ, ନୂଆପଡା ଜିଲ୍ଲାର ସାମ୍ବାଦିକ ବିକାଶ ଖରେସଲ , ସନ୍ତୋଷ ବାଗ ପ୍ରମୁଖ ମଧ୍ୟ ଉପସ୍ଥିତ ରହି ଅସଲମଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.