କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କୋରାପୁଟ ସହରରେ ମାସ୍କ ଯାଂଚ ଆରମ୍ଭ କରାଯାଇଛି। ଟାଉନ ପୋଲିସ ତରଫରୁ ସହରର ଜଗନ୍ନାଥ ମନ୍ଦିର ଛକ, ମେଡିକାଲ କଲେଜ ଛକ ଓ ପୂଜାରୀପୁଟରେ ମାସ୍କ ଚେକିଂ କରାଯାଇଥିଲା। ସମ୍ଭାବ୍ୟ କୋଭିଡ ୩ୟ ଲହରକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ମାସ୍କ ପିନ୍ଧିବା, ହାତ ଧୋଇବା ଓ ଭିଡକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି।ଲୋକମାନେ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଥିଲେ ମଧ୍ୟ ଅନେକ ବ୍ୟକ୍ତି ମାସ୍କ ପିନ୍ଧୁ ନଥିବା ନଜରକୁ ଆସିବା ପରେ ପୋଲିସ ପ୍ରଶାସନ ତରଫରୁ ମାସ୍କ ଯାଂଚକୁ କଡାକଡି କରାଯାଇଛି। ୧୮ ଜଣ ବ୍ୟକ୍ତିଙ୍କଠାରୁ ଫାଇନ ବାବଦରେ ୫୧୦୦ ଟଙ୍କା ଆଦାୟ କରାଯାଇଛି। ଏହି ପ୍ରକ୍ରୀୟା ଜାରି ରହିବ ବୋଲି ଜଣାପଡିଛି।