ବାଇକ୍‌-ସ୍କୁଟି ମୁହାଁମୁହଁ ଧକ୍କା, ୨ମୃତ ଜଣେ ଗୁରୁତର

ରାୟଗଡା, (ଶିବ ନାରାୟଣ ଗୈାଡ): ୩୨୬ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ନରେ ବାଇକ-ସ୍କୁଟି ମଧ୍ୟରେ ହୋଇଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତରଙ୍କୁ ବିଶାଖାପାଟଣମ୍ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ବାଇକ ଚାଳକଙ୍କ ପରିଚୟ ଜି. ଭରତ କୁମାର (୨୩) । ସେ ସ୍ଥାନୀୟ ଶ୍ରୀ ଆଦିତ୍ୟ ହୋଣ୍ଡା ସୋ’ରୁମରେ ମେକାନିକ୍ ଭାବେ ତାଲିମ ନେଉଥିବା ବେଳେ ଗାନ୍ଧୀନଗର ପ୍ରଥମ ଲାଇନରେ ନିଜ ମାଉସୀଙ୍କ ଘରେ ରହୁଥିଲା ଏବଂ ତାଙ୍କ ନିଜ ଘର ଆନ୍ଧ୍ର ପ୍ରଦେଶରେ ବୋଲି ଜଣାପଡିଛି ।

Omkar Vasthu
Omkar Vasthu


ସେହିପରି ଏହି ସଡକ ଦୁର୍ଘଟଣାରେ ଗୁରୁତର ଭାବେ ଆହାତ ହୋଇ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବା ସ୍କୁଟି ଚାଳକ ସୁବ୍ରତ କୁମାର ପଣ୍ଡାଙ୍କ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ତାଙ୍କ ସହିତ ସ୍କୁଟିରେ ବସିଥିବା ତାଙ୍କ ପୁଅ ଆୟୁଷ୍ମାନ ପଣ୍ଡା (୧୦)ଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ବିଶାଖାପାଟଣମ୍ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏ ନେଇ ରାୟଗଡା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସୂଚନା ପ୍ରକାରେ, ଆଜି ଅପରାହ୍ନରେ ଏକ ସ୍କୁଟି (ଓଡି ୧୮ବି-୦୦୯୬) ଯୋଗେ ନିଜ ପୁଅ ଆୟୁଷ୍ମାନ ସହ ବାପା ସୁବତ୍ର ପଣ୍ଡା ଥେରୁବାଲିକୁ ଫେରୁଥିବା ବେଳେ ଅପରାହ୍ନରେ ଖାଇସାରି ପୁଣି ଥରେ ହୋଣ୍ଡା ସୋ’ରୁମକୁ ନିଜ କାମ ପାଇଁ ବାଇକରେ ଭରତ ଫେରୁଥିବା ବେଳେ ୩୨୬ ନମ୍ବର ଜାତୀୟ ରାଜପଥ ରାୟଗଡା ସହରର ସ୍ଥାନୀୟ ଗଙ୍ଗା ଗ୍ୟାରେଜ୍ ଛକ ଠାରେ ଉଭୟ ବାଇକ-ସ୍କୁଟି ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୩ଜଣ ଯାକ ରାସ୍ତା ଉପରେ ଛିଟିକି ପଡିଥିବା ବେଳେ ଘଟଣାସ୍ଥଳରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ବାଇକ ଚାଳକ ଭରତଙ୍କ ମୃତ୍ୟୁ ହୋଇଯାଇଥିଲା । ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ସ୍କୁଟି ଚାଳକ ସୁବ୍ରତ ପଣ୍ଡାଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି । ସୁବତ୍ରଙ୍କ ନିଜ ଘର ବ୍ରହ୍ମପୁର ଅଂଚଳରେ ବୋଲି ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.