ବରିଷ୍ଠ ସାମ୍ବାଦିକ ମହମ୍ମଦ ଅସଲମଙ୍କ ସ୍ମୃତିରେ ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତି ପକ୍ଷରୁ ଶୋକସଭା

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ପ୍ରମେୟ ନ୍ୟୁଜ-୭ ପ୍ରତିନିଧି ମହମ୍ମଦ ଅସଲମଙ୍କ ବିୟୋଗରେ ଆଜି ଲାଖବାହାଲି ଗ୍ରାମ ପଞ୍ଚାୟତ ଅଧିନସ୍ଥ ଘାଟିକୁଣ୍ଡୁରୁ ସଭାଗୃହ ଠାରେ ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତି ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ତାଙ୍କ ସ୍ମୃତିଚାରଣ ପାଇଁ ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତିର ସଭାପତି ବ୍ରିଟିଶ କୁମାରଙ୍କ ନେତୃତ୍ବରେ ପାଞ୍ଚଟି ପଞ୍ଚାୟତରୁ ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତିର ସଦସ୍ୟମାନେ ଏକାଠି ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସ୍ବର୍ଗତ ଅସଲମ କଳାହାଣ୍ଡି ଜିଲ୍ଲା ସାମ୍ବାଦିକତା ଜଗତର ଜଣେ ଉଜ୍ଜଳ ନକ୍ଷତ୍ର ଥିଲେ। ଲୋକଙ୍କ ବିଭିନ୍ନ ସମସ୍ୟା ବିଷୟରେ ତାଙ୍କ ଭଲ ଦଖଲ ରହିଥିଲା। ଟିଭି ବିତର୍କରେ ଆଲୋଚନା ସମୟରେ ସବୁବେଳେ ନିରପେକ୍ଷ ଭାବେ ନିଜର ମତ ରଖୁଥିଲେ। ନିଜର ଦେହ ଖରାପ ହୋଇଥିବା ସତ୍ବେ ସେ କଦାପି ଅନ୍ୟକୁ ନିଜ ସଂପର୍କରେ କହି ସମବେଦନା ସାଉଣ୍ଟିବାକୁ ଚାହୁଁ ନ ଥିଲେ। ଏକାଧିକ ସାମ୍ବାଦିକମାନେ ତାଙ୍କ ସହିତ ଜଡ଼ିତ ରହୁଥିବା ବେଳେ ସ୍ଵର୍ଗତ ଅସଲମ ସାମ୍ବାଦିକତା ଛାତ୍ର ସୃଷ୍ଟି କରିଛନ୍ତି। ତାଙ୍କ ବିୟୋଗରେ ସମଗ୍ର କଳାହାଣ୍ଡି ଜଣେ ଯୁବ ସାମ୍ବାଦିକଙ୍କ ଗୁରୁଙ୍କୁ ହରାଇଲା ବୋଲି ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତିର ସଭାପତି ବ୍ରିଟିଶ କୁମାର ମତ ରଖିଛନ୍ତି।

Udyog Nursery
Udyogi Nursery


ଏହି ଶୋକସଭାରେ କମିଟି ଉପଦେଷ୍ଟା କାର୍ତ୍ତିକ ମାଝୀ, ବୈଦ୍ୟନାଥ ନାଏକ, ମାଧବ ନାଏକ, ହୀରାଲାଲ ବେହେରା, ଗୌତମ ଦୋର, ପୂର୍ଣ୍ଣ ମାଝୀ, ଖଗେଶ୍ୱର ନାଏକ, ସାରଙ୍ଗଧର ମାଝୀ, ପାହାଡ଼ପଦର ପୂର୍ବତନ ସରପଞ୍ଚ କୁଞ୍ଜ ମାଝୀଙ୍କ ସମେତ ତାଙ୍କର ସ୍ମୃତି ଚାରଣ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.