ଦୈନିକ ବିଶ୍ଵବାଣୀର ୧୬ତମ ସ୍ଵନକ୍ଷତ୍ର ଉତ୍ସବ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟର୍ସ ପରିସରରେ ଦୈନିକ ବିଶ୍ଵବାଣୀର ୧୬ତମ ସ୍ଵନକ୍ଷତ୍ର ଉତ୍ସବ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଭୁବନେଶ୍ୱରର ନାଇଜରର କୁଳସଚିବ ଡ଼ଃ. ଅଭୟ କୁମାର ନାୟକ, ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ଉତ୍କଳ ପ୍ରସଙ୍ଗ ଓ ବିଜେଡି ପ୍ରବକ୍ତା ଲେଲିନ ମହାନ୍ତି, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଡ଼ଃ. ବଦ୍ରିନାଥ ପଟ୍ଟନାୟକ, ଆଇ.ଓ. ୟୁ.ଡବ୍ଲ୍ୟୁ.ଜେ ର ସଭାପତି ଡ଼ଃ. ପୀତବାସ ମିଶ୍ର, ବରିଷ୍ଠ ସ୍ତମ୍ଭକାର ଗୁରୁକଲ୍ୟାଣ ମହାପାତ୍ର, ଓ. ୟୁ. ଡବ୍ଲ୍ୟୁ.ଜେ ର ସଭାପତି ଭାଗବତ ତ୍ରିପାଠୀ, ବିଶ୍ଵବାଣୀର ସହ-ସମ୍ପାଦକ ସଞ୍ଜୟ ମଲ୍ଲିକ ପ୍ରମୁଖ ଯୋଗ ଦେଇ ଏହି ଆଲୋଚନା ଚକ୍ରରେ ଭାଗ ନେଇ ନିଜ ନିଜ ମତ ରଖିଥିଲେ। ଆଲୋଚନା ଚକ୍ର ଶୀର୍ଷକ “ମୁଦ୍ରିତ ଗଣ ମାଧ୍ୟମର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ” ଉପରେ ଅତିଥି ମାନେ ନିଜ ମତ ଉତ୍ଥାପନ କରିଥିଲେ। ପରିଶେଷରେ ତପନ ମହାରଣ୍ୟ ଶର୍ମା ଉପସ୍ଥିତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.