‘ସାମ୍ବାଦିକତାକୁ ଠିକ୍ ଭାବେ ଚିହ୍ନିଥିଲେ ମହମ୍ମଦ ଅସଲମ’

● ନର୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ସାମ୍ବାଦିକ ଅସଲମ ଓ ସିଡିଏସ ରାଓ୍ବତଙ୍କ ସ୍ମୃତିରେ ଶୋକସଭା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡିର ବରିଷ୍ଠ ସାମ୍ବାଦିକ ମହମ୍ମଦ ଅସଲମ ଏବଂ ଦେଶର ପ୍ରଥମ ସିଡିଏସ ବିପିନ ରାଓ୍ବତଙ୍କ ଆବର୍ତ୍ତମାନରେ ନର୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ) ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ଏନେଇ ଆଜି ନର୍ଲା ଡାକ ବଙ୍ଗଳାଠାରେ ଆୟୋଜିତ ଶୋକସଭାରେ ୟୁନିୟନର ସମସ୍ତ ସଦସ୍ୟ ଉପସ୍ଥିତ ରହି ଦୁଇ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏଥିରେ ଅତିଥି ଭାବେ ନର୍ଲା ଜିଲ୍ଲାପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ ଯୋଗଦେଇ ସିଡିଏସ ବିପିନ ରାଓ୍ବତ ଓ ସାମ୍ବାଦିକ ଅସଲମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କିଛିଦିନ ତଳେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ହେଲିକେପ୍ଟର ଦୁର୍ଘଟଣାରେ ସିଡିଏସ ଜେନେରାଲ ରାଓ୍ବତଙ୍କ ବୀରଗତି ହୋଇଛି। ସେ ଓ ତାଙ୍କ ଧର୍ମପତ୍ନୀଙ୍କ ସହିତ ୧୩ଜଣ ଏହି ଦୁର୍ଘଟଣାରେ ଆଖି ବୁଜିଛନ୍ତି, ଯାହା ଦେଶ ପାଇଁ ଅତି ଦୁଃଖଦ ମୁହୂର୍ତ୍ତ ଥିଲା। ସିଡିଏସ ସ୍ବର୍ଗତ ରାଓ୍ବତଙ୍କ ବୀରତ୍ବ ଓ ଦେଶପ୍ରତି ଅବଦାନ ସବୁଦିନ ପାଇଁ ଏ ଜାତି ମନେ ରଖିବ। ସେହିପରି ଭାବରେ କଳାହାଣ୍ଡି ମାଟି ମହମ୍ମଦ ଅସଲମଙ୍କ ପରି ଜଣେ ସାଲିସ ବିହିନ ସାମ୍ବାଦିକଙ୍କୁ ହରାଇ ସ୍ତବ୍ଧ ହୋଇଯାଇଛି। ପ୍ରମେୟ ନିଉଜ-୭ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଥିବା ସ୍ବର୍ଗତ ଅସଲମ ସାମ୍ବାଦିକତାକୁ ଠିକ୍ ଭାବରେ ଚିହ୍ନିଥିଲେ। ସେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତଙ୍କ ପ୍ରିୟପାତ୍ର ଥିଲେ। ଅନେକ ପ୍ରତିକୂଳ ପରିସ୍ଥିତିରେ ସମ୍ବାଦ ସଂଗ୍ରହ କରି ଅସଲମ ନିଜର କର୍ମମୟ ଜୀବନ ସାଧାରଣ ଜନତାଙ୍କ ସେବାରେ ବିତାଇ ଯାଇଛନ୍ତି। ଗରିବ ଓ ଅସହାୟ ଜନତାଙ୍କ ସ୍ବର ଅସଲମଙ୍କ ଅକାଳ ବିୟୋଗ କଳାହାଣ୍ଡିର ସାମ୍ବାଦିକତା କ୍ଷେତ୍ର ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ସଭାରେ ମତପ୍ରକାଶ ପାଇଛି। ଏହି ଶୋକସଭାରେ ନର୍ଲା ସାମ୍ବାଦିକ ୟୁନିୟନର ଲିଙ୍ଗରାଜ ମିଶ୍ର, ଅଭିରାମ ନନ୍ଦ, ସୁନୀଲ କୁମାର ଧଙ୍ଗଡାମାଝୀ, ଦୀପକ କୁମାର ମହାନ୍ତି, ନିରଞ୍ଜନ ଗଉଡ, ଅନୀଲ କୁମାର ଅଗ୍ରୱାଲ, ସୁମିତ କୁମାର ଶର୍ମା, ରଞ୍ଜନ କୁମାର ମହାନ୍ତି, ଚିନ୍ତାମଣି ନାଏକ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଅସଲମ ଓ ଜେନେରାଲ ରାଓ୍ବତଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.