କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ତଳସାଗରପଡ଼ାଠାରେ ମାଁ ଲକ୍ଷ୍ମୀଙ୍କର ଏକ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଗତକିଛି ବର୍ଷ ହେଲା ଅସ୍ଥାୟୀ ମଣ୍ଡପ କରି ପ୍ରତିବର୍ଷ ମାଁଙ୍କ ପୂଜାକାର୍ଯ୍ୟ ଚାଲି ଆସୁଥିବାବେଳେ ସଂପ୍ରତି ଏହିସ୍ଥାନରେ ଏକ ମନ୍ଦିର ନିର୍ମାଣର ଲକ୍ଷ୍ୟ ରଖାଯାଇଥିବା ଜଣାଯାଇଛି। ଭୂମିପୂଜନର କର୍ତ୍ତା ଭାବରେ ସର୍ବେଶ୍ୱର ସାହୁ ଏବଂ ଅବନ୍ତୀ ସାହୁ ଦାୟିତ୍ୱ ସଂପାଦନ କରିଥିବାବେଳେ ଉଦ୍ଧବ ପଣ୍ଡା ପୁରୋହିତ କାର୍ଯ୍ୟ ତୁଲାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋସ୍ନାରାଣୀ ସାହୁ, ନିର୍ମଳା ବିଶି, ମୀରା ଦଣ୍ଡସେନା, ସଂଯୁକ୍ତା ପୁରୋହିତ, କିଶୋର ନାଏକ, ଯଦୁମଣି ବିଶି, ସଂଜୀବ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।