ଆଶା କର୍ମୀଙ୍କ ବିଭ୍ରାନ୍ତିକର ମନ୍ତବ୍ୟକୁ ବିରୋଧ କଲା ଅଙ୍ଗନୱାଡ଼ି ସଂଘ

● ଯଦି ତିନିଦିନ ମଧ୍ୟରେ ସଂପୃକ୍ତ ଆଶା କର୍ମୀ କ୍ଷମା ନମାଗନ୍ତି ତେବେ ବିକ୍ଷୋଭ ଚେତାବନୀ

କଳାହାଣ୍ଡି, (ହେମନ୍ତ ସାହୁ): ଗତ ଦୁଇ ଦିନ ତଳେ ଆଶା କର୍ମୀ ସଂଘ ତରଫରୁ ନିଜର କିଛି ଦାବୀକୁ ନେଇ ବିକ୍ଷୋଭ ତଥା ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମ ସମୟରେ ଜଣେ ଆଶା କର୍ମୀ କରୋନା କାଳରେ ନିଜର କାର୍ଯ୍ୟ ସଂପର୍କରେ କହିବାକୁ ଯାଇ ଅଙ୍ଗନୱାଡ଼ି କର୍ମୀମାନେ କରୋନା ସମୟରେ କିଛି କରିନାହାନ୍ତି କିନ୍ତୁ ସେମାନଙ୍କୁ ବିଭିନ୍ନ ସୁବିଧା ଦିଆଯାଉଛି ବୋଲି କହିଥିଲେ। ଯାହା କି ଏକ ଗଣମାଧ୍ୟମରେ ପ୍ରସାରିତ ହେଇଥିଲା। ଏହି ମନ୍ତବ୍ୟକୁ ଦେଖିବା ପରେ ମ.ରାମପୁରଠାରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀମାନେ ଘୋର ବିରୋଧ କରିଛନ୍ତି। ଏହାରି ପ୍ରତିବାଦରେ ଆଜି ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଏକ ଦାବୀପତ୍ର ପ୍ରଦାନ କରିବା ସହିତ ଯଦି ଉକ୍ତ ଆଶା ଜଣଙ୍କ ସର୍ବ ସମ୍ମୁଖରେ କ୍ଷମା ନ ମାଗନ୍ତି ତେବେ ସ୍ୱାସ୍ଥ୍ୟ ବିଭାଗର କୌଣସି କାମରେ ଅଙ୍ଗନୱାଡ଼ି ୱାର୍କସ ଆସୋସିଏସନ୍ ସଦସ୍ୟାମାନେ ସହଯୋଗ କରିବେ ନାହିଁ। ଆଗାମୀ ତିନି ଦିନ ଭିତରେ ଯଦି ସେ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା ନ କରନ୍ତି ତେବେ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସଂଘର ସଭାପତି ପଞ୍ଜରୀ ସୁନା କହିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ମ.ରାମପୁର ବ୍ଲକ ସଂପାଦିକା ମଞ୍ଜୁଲତା ମିଶ୍ର, କୋଷାଧ୍ୟକ୍ଷ ସୁକାନ୍ତି ପ୍ରହରାଜ, ରୁକିଣୀ ପୁରୋହିତ, ରଞ୍ଜୁଲତା ପଟ୍ଟନାୟକ, କନକ ରଇତି, ଲକ୍ଷ୍ମୀ ସୁନା, ପୁଷ୍ପାଞ୍ଜଳୀ ନାଏକ,ଭାଗ୍ୟବତୀ ତାଣ୍ଡି ଙ୍କ ସମେତ ଅନେକ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.