ଉତ୍କଳ ବିକାଶ ପରିଷଦ ପକ୍ଷରୁ ସ୍ଵାଧୀନତା ସଂଗ୍ରାମୀ ରାଜକୃଷ୍ଣ ବୋଷଙ୍କ ଜୟନ୍ତୀ ପାଳନ ନେଇ ପ୍ରସ୍ତୁତି

କଟକ ସଦର, (ଶ୍ରୀକାନ୍ତ ବେଉରା): କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ (ଉବିପ) ପକ୍ଷରୁ ଓଡ଼ିଶାର ପ୍ରଥମ ରାଜବନ୍ଦୀ ତଥା ମହାନ ସାରସ୍ବତ ସାଧକ ସ୍ବର୍ଗତ ରାଜକୃଷ୍ଣ ବୋଷଙ୍କର ୧୨୦ ତମ ଜୟନ୍ତୀ ପାଳିତ ହେବ। ଚଳିତ ଡିସେମ୍ବର ମାସ ୧୭ ତାରିଖ ଅପରାହ୍ନ ୩.୦୦ ଘଣ୍ଟା ସମୟରେ କିଶନନଗର ରାଜକୃଷ୍ଣ ବୋଷଙ୍କ ସ୍ମୃତିସ୍ତମ୍ଭ ନିକଟରେ ଏହା ପାଳିତ ହେବାକୁ ସ୍ଥିରିକୃତ ହୋଇଛି। ରାଜକୃଷ୍ଣ ବୋଷଙ୍କର ୧୨୦ ତମ ଜୟନ୍ତୀ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଉଲ୍ଲେଖନୀୟ କୃତିତ୍ୱ ଅର୍ଜନ କରିଥିବା ବିଭିନ୍ନ ପ୍ରତିଭାଧାରୀଙ୍କୁ ଉତ୍କଳ କଳା ପ୍ରତିଭା ସମ୍ମାନ – ୨୦୨୧ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କ ସଦୟ ଉପସ୍ଥିତି ରହିବାକୁ ପରିଷଦର ସଭାପତି ଯୁବ ସ୍ତମ୍ଭକାର ଇଂ. ପ୍ରକାଶ ଚନ୍ଦ୍ର ସେଠୀ ନିବେଦନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.