● ଉଦ୍ଧାର ପାଇଁ ଜୟପାଟଣା ଥାନାର ଦ୍ବାରସ୍ତ ହେଲେ ପରିବାର ଲୋକେ
କଳାହାଣ୍ଡି, (ରବିନ୍ଦ୍ର ମିଶ୍ର): ପେଟ ପାଇଁ ଅନେକ ନାଟ, ଯାହାର ଦିନ ଖୁସି ରେ କାଟୁଛି ତୋ କାହାର ଦୁଃଖ ସାଗର ରେ ବୁଡିରହିଛି। ସମସ୍ୟା ଦୂର ପାଇଁ ଯୋଜନା ତୋ ମାଲମାଲ କିନ୍ତୁ ତୃଣମୂଳ ରେ ସବୁ ଫେଲ। ଇଟା ଭାଟି ରେ କାମ କରିବାକୁ ଯାଇ ଉପଯୁକ୍ତ ପାରିଶ୍ରମିକ ପାଇବା ବଦଳରେ ଭାଟିରେ ବନ୍ଧା ପଡି ଶାରୀରିକ ଏବଂ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି ଶ୍ରମିକ ସେମାନଙ୍କୁ ଉଦ୍ଧାର କରିବାକୁ ପରିବାର ଲୋକେ ଜୟପାଟଣା ଥାନାର ଦ୍ବାରସ୍ତ ହୋଇଛନ୍ତି।
କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ରାଣୀବାହାଲ ଗ୍ରାମର ନୀଲାମ୍ବର ଶବର, ନେପୁରୀ ମାଝୀ, ଦେବରାଜ ମାଝୀ ଏବଂ ତାଙ୍କ ପତ୍ନୀ ଜୟନ୍ତୀ ମାଝୀ ଗତ ଦୀପାବଳି ଦିନ କୋକସରା ଥାନା ଅନ୍ତର୍ଗତ ଜୟନ୍ତପୁର ଗ୍ରାମର ଲକ୍ଷ୍ମୀକାନ୍ତ ନାଏକ ଙ୍କ ଯୋଗାଯୋଗ ଏବଂ ଚିକିଲି ଗ୍ରାମର ବଂଶୀଧର ପରାଭୋଇ ଙ୍କ ସାଙ୍ଗରେ ତେଲେଙ୍ଗାନା ରାଜ୍ୟ ଚେରିଏଲ ଥାନା ଅନ୍ତର୍ଗତ ତାଡାପାଳି ଗ୍ରାମର ଏକ ଇଟାଭାଟିରେ କାମ କରିବାକୁ ନିଆ ଯାଇଥିଲା ସେଠାରେ ସେମାନଙ୍କୁ ଚୁକ୍ତି ମୁତାବକ ଟଙ୍କା ନ ଦିଆଯାଇ ସପ୍ତାହକୁ ତିନିସହ ଟଙ୍କା ଦିଆହୋଉଛି ଯାହା ସେମାନଙ୍କୁ ସେଠାରେ ଚଳିବା କଷ୍ଟକର ହୋଉଥିବା ବେଳେ ପାରିଶ୍ରମିକ ମାଗିଲେ ତୁମଟଙ୍କା ତୁମକୁ ଆଣିଥିବା ଲୋକ ନେଇଛି ବୋଲି କୁହାଯାଉଛି। ସେମାନଙ୍କୁ କୁଆଡ଼େ ଯିବାକୁ ଦିଆଯାଉ ନାହିଁ। ସେମାନଙ୍କୁ ବନ୍ଦୀ ଭାବରେ ରଖାଯାଇ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ କରିବା ସହ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜୟପାଟଣା ଥାନାର ଦ୍ୱାରସ୍ତ ହୋଇଛନ୍ତି।