ରିଷିଡା ସରପଞ୍ଚ ପଦବୀ ପାଇଁ ଜୋରଦାର ଲଢେଇ: ପୂଣ୍ୟପ୍ରଭା ଆଗରେ

କଳାହାଣ୍ଡି: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ କର୍ଲାମୁଣ୍ଡା ବ୍ଲକର ରାଜନୈତିକ ପାଣିପାଗ ସରଗରମ ରହିଛି । ବ୍ଲକର ସମସ୍ତ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଲଢେଇ ଚାଲିଥିବାବେଳେ ଫୋକସରେ ରହିଛି ରିଷିଡା ପଞ୍ଚାୟତ । ଏଥର ରିଷିଡା ସରପଞ୍ଚ ପଦବୀ ଅସଂରକ୍ଷିତ ରହିଛି । ଏଥିରେ ମୋଟ ଛଅ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ତନ୍ମଧ୍ୟରୁ ତିନି ଜଣ ମହିଳା ପ୍ରାର୍ଥୀ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ହିଁ ପ୍ରତିଦ୍ବନ୍ଦୀତା ହେବା ନିଶ୍ଚିତ ହୋଇଛି । ତେବେ ସମସ୍ତ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ବାରି ହୋଇ ପଡୁଛନ୍ତି ପୂଣ୍ୟପ୍ରଭା ରଣା । ଏହି ଉଦୀୟମାନ ନାରୀ ନେତ୍ରୀ ପୂଣ୍ୟପ୍ରଭା ହେଉଛନ୍ତି ଅଞ୍ଚଳର ଖ୍ୟାତନାମା ସାମ୍ବାଦିକ ଓ ସମାଜସେବୀ ସ୍ବର୍ଗତ ରାଜୀବ ଲୋଚନ ରଣାଙ୍କ ପୁତ୍ରବଧୂ । ତାଙ୍କ ସହ ପୂର୍ବତନ ସରପଞ୍ଚ ଯୁଗଳ କିଶୋର ରଣାଙ୍କ ପତ୍ନୀ ସୁଶାନ୍ତି ରଣା ଓ ଅନ୍ୟଜଣେ ପ୍ରାର୍ଥୀନୀ ସେବତୀ ରଣାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦୀତା ହେଉଥିବା ବେଳେ ବର୍ତମାନ ପୂଣ୍ୟପ୍ରଭା ରଣାଙ୍କ ପ୍ରତି ଜନ ସମର୍ଥନ ବଢ଼ିବାରେ ଲାଗିଛି । ଭୋଟରମାନେ ତାଙ୍କୁ ଯୋଗ୍ୟ ପ୍ରାର୍ଥୀ ଭାବେ ଗ୍ରହଣ କରି ଅନୁକୂଳ ମତ ଦେଉଛନ୍ତି । ରିଷିଡା ପଞ୍ଚାୟତର ମହିଳା, ଯୁବ ଓ ସମସ୍ତ ବର୍ଗର ଜନସାଧାରଣଙ୍କ ପ୍ରୀୟପାତ୍ର ପାଲଟି ଥିବା ପୂଣ୍ୟପ୍ରଭାଙ୍କ ପଟକୁ ଜନମତ ଢଳୁଥିବା ଦେଖାଯାଇଛି । ରିଷିଡା ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ଲକ୍ଷ ନେଇ ପ୍ରତିଦ୍ବନ୍ଦ୍ବିତା କରୁଥିବା ପୂଣ୍ୟପ୍ରଭାଙ୍କ ଆକାଶଛୁଆଁ ଲୋକପ୍ରିୟତା ହିଁ ତାଙ୍କୁ ନିର୍ବାଚନ ବୈତରଣୀ ପାରି କରାଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି । ତେବେ ଏହି ଆସନର ଫଳାଫଳ କ’ଣ ହେବ ତାହା ଆଗାମୀ ସମୟ ହିଁ କହିପାରିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.