କେସିଙ୍ଗା ଜୋନ୍-୩ ଜିଲ୍ଲା ପରିଷଦ ସଭ୍ୟ ଭାବେ ସୁନୀତା ଶବର ନିର୍ବାଚିତ

● ୬ ହଜାରରୁ ଅଧିକ ଭୋଟ ରେ ବିଜୟୀ ହେଲେ ସୁନୀତା

● କେସିଙ୍ଗା ବ୍ଲକର ୩ ଟି ଜୋନ୍ ରେ କ୍ଲିନ୍ ସୁଇପ କଲା ବିଜେଡି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଜିଲ୍ଲା ପରିଷଦ ଜୋନ୍ ୩ ରେ ରହିଥିବା ୯ ଗୋଟି ପଞ୍ଚାୟତର ଭୋଟ ଗଣତି ଶେଷ ହୋଇଥିବା ବେଳେ ତାହାର ଫଳାଫଳ ପ୍ରକାଶ ପାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କେସିଙ୍ଗା ବ୍ଲକ ଜିଲ୍ଲା ପରିଷଦ ଜୋନ୍ ୩ ର ଜିଲ୍ଲା ପରିଷଦ ସଭ୍ୟ ଭାବେ ବିଜେଡି ଦଳର ପ୍ରାର୍ଥୀ ସୁନୀତା ଶବର ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ରତ୍ନମାଳା ମାଝୀଙ୍କ ଠାରୁ ଅଧିକ ୬୮୦୩ ଖଣ୍ଡ ଭୋଟ ପାଇ ବିଜେଡିର ସୁନୀତା ଶବର ବିଜୟ ମୁକୁଟ ପରିଧାନ କରିଛନ୍ତି । ଜୋନ୍ ୩ ର ୯ ଗୋଟି ପଞ୍ଚାୟତରେ ବିଜେଡିର ସୁନୀତା ଶବର ୧୨୯୩୨ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସର ରତ୍ନମାଳା ମାଝୀ ୬୧୨୯, ବିଜେପିର ସୁଶିଲା ଶବର ୪୭୪୭ ଏବଂ ବିଏସପି ର ତୋଫାରାଣୀ ମାଝୀ ୫୫୫ ଖଣ୍ଡ ଭୋଟ ପାଇଥିବା ଜଣାପଡିଛି । ୯ ଗୋଟି ପଞ୍ଚାୟତର ସର୍ବମୋଟ ୧୦୭ ରାଉଣ୍ଡ ଭୋଟ ଗଣତି ହୋଇଥିବା ବେଳେ ଜିଲ୍ଲା ପରିଷଦରେ ୭୬୭ ଖଣ୍ଡ ଭୋଟ ନାକଚ ହୋଇଯାଇଛି । ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ୩ ନମ୍ବର ଜିଲ୍ଲା ପରିଷଦ ଜୋନ୍ ରୁ ବିଜେପିର ନିରୂପମା ସାମଲ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଚଳିତ ନିର୍ବାଚନରେ ବିଜେପିକୁ ଶକ୍ତ ଧକ୍କା ଲାଗିଛି । ଅନ୍ୟପକ୍ଷରେ ଏହି ଜୋନ୍ ର ୯ ଗୋଟି ପଞ୍ଚାୟତରେ ନିର୍ବାଚିତ ହୋଇଥିବା ସରପଞ୍ଚ ଓ ସମିତି ସଭ୍ୟଙ୍କ ତାଲିକା ମଧ୍ୟ ଜଣାପଡିଛି । ବ୍ଲକ ନିର୍ବାଚନ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଅଧମୁଣ୍ଡା ପଞ୍ଚାୟତର ସରପଞ୍ଚ ଭାବେ ଜ୍ୟୋସ୍ନା ନାଏକ ଓ ସମିତି ସଭ୍ୟ ଭାବେ ସର୍ମିଷ୍ଟା ମାଝୀ, ଚାଞ୍ଚେର ସରପଞ୍ଚ ଭାବେ ଅଞ୍ଜୁ କୁମାର ଓ ସମିତି ସଭ୍ୟ କନକ ଜାନି, ଦେଓଗାଁ ସରପଞ୍ଚ ଭାବେ ଡମ୍ବରୁଧର ପଟ୍ଟନାୟକ ଓ ସମିତି ସଭ୍ୟ ଭାବେ ରାଜଲକ୍ଷ୍ମୀ ପଟ୍ଟନାୟକ, ଗାଇଗାଁ ପଞ୍ଚାୟତର ସରପଞ୍ଚ ଭାବେ ପ୍ରମୋଦ କୁମାର ସାହୁ ଓ ସମିତି ସଭ୍ୟ ଭାବେ ଭୁବନେଶ୍ୱର ଶବର, ଗୋକୁଳେଶ୍ବର ପଞ୍ଚାୟତ ସରପଞ୍ଚ ଭାବେ କେଶୁଲାଲ ତାଣ୍ଡି ଓ ସମିତି ସଭ୍ୟ ଭାବେ ସୁର୍ଯ୍ୟକାନ୍ତି ନାଏକ, ନାସିଗାଁ ପଞ୍ଚାୟତ ସରପଞ୍ଚ ଭାବେ ଚାନ୍ଦିନୀ ସାହୁ ଓ ସମିତି ସଭ୍ୟ ଭାବେ ଲକ୍ଷ୍ମୀ ରଣା, ପାଷ୍ଟିକୁଡି ସରପଞ୍ଚ ଭାବେ ସଞ୍ଜନା ବାଗ ଓ ସମିତି ସଭ୍ୟ ଭାବେ ସୀତା ଚୈ।ଧୁରୀ, ଫଟକାମାଲ ପଞ୍ଚାୟତ ସରପଞ୍ଚ ଭାବେ ସୁବୋଧ ରଣା ଓ ସମିତି ସଭ୍ୟ ଭାବେ ଦୀପ୍ତି ଭୋଇ, ଉତ୍କେଲା ପଞ୍ଚାୟତର ସରପଞ୍ଚ ଭାବେ ନରେନ୍ଦ୍ର ମାଝୀ ଓ ସମିତି ସଭ୍ୟ ଭାବେ ତ୍ରିନାଥ ମାଝୀ ନିର୍ବାଚିତ ହୋଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.