ଚାନ୍ଦୋପଲା କାଳେଶ୍ବର-ଧବଳେଶ୍ବର ପୀଠରେ ମହାଶିବରାତ୍ରି ପାଳିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଆଜି ପବିତ୍ର ଶିବରାତ୍ରି । ଏହି ଉପଲକ୍ଷେ ଦେଶର ଶୈବପୀଠ ମାନଙ୍କରେ ଶିବରାତ୍ରି ଉତ୍ସବ ଆୟୋଜିତ ହେଉଛି । ସେହି କ୍ରମରେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଚାନ୍ଦୋପଲା ଗାଁ ସ୍ଥିତ କାଳେଶ୍ବର-ଧବଳେଶ୍ବର ଶିବପୀଠ ଠାରେ ଶିବରାତ୍ରି ମହା ସମାରୋହରେ ପାଳିତ ହୋଇଯାଇଛି । ତେଲ ନଦୀ, ହାତୀ ନଦୀ ଓ ଶଗଡ଼ା ନଦୀର ସଙ୍ଗମ ସ୍ଥଳୀ ଠାରେ ଏହି ଶୈବପୀଠ ଏବେ ଜନମୁଖର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମଣ୍ଡିତ ଏହି ମନ୍ଦିର ଧାର୍ମିକ ଭାବନା ସହ ଜଡିତ ହୋଇଥିବାବେଳେ ପର୍ଯ୍ୟଟକ ମାନଙ୍କ ପାଇଁ ମଧ୍ୟ ଏକ ସୁରମ୍ୟ କ୍ଷେତ୍ର । ଲଗାତାର ତିରିଶ ବର୍ଷ ଧରି ଶିବରାତ୍ରିରେ ଅଷ୍ଟପ୍ରହରୀ ଆୟୋଜିତ ହୋଇଆସୁଥିବା ବେଳେ ଏବର୍ଷ ମଧ୍ୟ ଭକ୍ତିପୂର୍ଣ ପରିବେଶରେ ଅନୁଷ୍ଠିତ ହେଉଛି । ଏଥିରେ ଶିବଦର୍ଶନ ସହ ପ୍ରହରୀ ନାମ ଅମୃତପାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଛୁଟୁଛି । କଳାହାଣ୍ଡିର ପ୍ରାଚୀନ ଶୈବପୀଠ ମାନଙ୍କ ମଧ୍ୟରେ ଅନ୍ୟତମ ଏହି ପୀଠର ବିକାଶ ସହ ଏହାର ସୌନ୍ଦର୍ଯ୍ୟକରଣ ପ୍ରତି ଧ୍ୟାନ ଦେବାକୁ ମନ୍ଦିର କମିଟି ପକ୍ଷରୁ ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.