ଶତାୟୁ ପୁରୁଷ ଛିନୁ ନାଗଙ୍କ ବିୟୋଗରେ ଶୋକ

● ୧୦୮ ବର୍ଷ ବୟସରେ ଛିନୁ ନାଗଙ୍କ ପରଲୋକ, ଦଶାହ ଦିବସରେ ଶୋକସଭା

● ଜଣେ ଧର୍ମପରାୟଣ ବ୍ୟକ୍ତିଙ୍କୁ ହରାଇଲା ଘୋଡାବନ୍ଧ ମାଟି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ଘୋଡାବନ୍ଧ ଗ୍ରାମ ପଞ୍ଚାୟତର ବ୍ରାହ୍ମଣୀ ଗ୍ରାମର ଛିନୁ ନାଗଙ୍କ ଗତ ରବିବାର ଦିବା ୧.୩୦ ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୮ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କର ପରଲୋକ ହୋଇଥିବା ବେଳେ ମୃତ୍ୟୁ ସମୟରେ ତାଙ୍କ ଦୁଇ ଝିଅ ସୁରେଖା ସୁନା, ଗୌରୀ କୁମାର, ତାଙ୍କ ତିନି ପୁତୁରା ଧବଳେଶ୍ୱର ନାଗ, ପୁରନ୍ଦର ନାଗ ଓ ଦୈତ୍ୟରାଜ ନାଗ ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ । ଆଜି ବ୍ରାହ୍ମଣୀ ସ୍ଥିତ ତାଙ୍କ ବାସ ଭବନରେ ତାଙ୍କର ଦଶାହ କାର୍ଯ୍ୟ ସମ୍ପାଦନ ହେଉଥିବା ବେଳେ ଏନେଇ ସମାଜ ପକ୍ଷରୁ ଏକ ଶୋକ ସଭାର ଆୟୋଜନ କରାଯାଇଥିବା ଜଣାପଡ଼ିଛି । ସ୍ୱର୍ଗତ ଶ୍ରୀ ନାଗ ଅବିଭକ୍ତ ଭାନପୁର ଘୋଡା ବନ୍ଧ ଗ୍ରାମ ପଞ୍ଚାୟତ ରହିଥିବା ବେଳେ ବ୍ରାହ୍ମଣୀ ଗ୍ରାମର ଚାରିଥର ୱାର୍ଡ ସଦସ୍ୟ ରହି ଜନସାଧାରଣଙ୍କ ସେବା କରିଥିଲେ । ସ୍ୱର୍ଗତ ଶ୍ରୀ ନାଗ ଜଣେ ମେଳାପୀ, ସମାଜସେବୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ଘୋଡାବନ୍ଧ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବରିଷ୍ଠ ସାମ୍ବାଦିକ ଅଭିରାମ ନନ୍ଦ, ଦଳିତ ସମ୍ପ୍ରଦାୟର ବରିଷ୍ଠ ନେତା କାମରାଜ ନାଏକ, ମନୋହର ନାଏକ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.