ସମିତି ସଭ୍ୟ ଦମ୍ପତ୍ତି: ମୋହନଗିରିରୁ ଗୋକୁଳାନନ୍ଦ ବିଶ୍ୱାଳ ଓ ସିଂହପୁରରୁ ଆରତୀ ବିଶ୍ୱାଳ ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଜୀବନ ସାଥୀ । ସୁଖରେ ଦୁଃଖରେ ଛାଇ ପରି । ତେବେ ସମାଜସେବୀ ଗୋକୁଳାନନ୍ଦ ବିଶ୍ୱାଳ ସମାଜସେବାରେ ବି ନିଜ ଧର୍ମପତ୍ନୀଙ୍କୁ ବାଦ ଦିଅନ୍ତିନି । ପୂର୍ବରୁ ସରପଞ୍ଚ ରହିଥିବା ନିଜର ଧର୍ମପତ୍ନୀ ଏଥର ସିଂହପୁର ଗ୍ରାମ ପଞ୍ଚାୟତରୁ ସମିତି ସଭ୍ୟା ଭାବରେ ନିର୍ବାଚିତ ହେଇଥିବାବେଳେ ନିଜେ ଗୋକୁଳାନନ୍ଦ ବିଶ୍ୱାଳ ମୋହନଗିରୀ ସମିତିସଭ୍ୟ ନିର୍ବାଚିତ ହେଇଛନ୍ତି । ଏହି ସମିତି ଦମ୍ପତିଙ୍କୁ ନେଇ ଏବେ ଚାରିଆଡ଼େ ଆଲୋଚନା । ସମାଜରେ ନିଜର ଅର୍ଥ ନୁହେଁ ବରଂ ବ୍ୟକ୍ତିତ୍ୱ ଠିକ୍ ରହିଲେ, ସଫଳତା ସହିତ ଲୋକଙ୍କୁ ପ୍ରକୃତ ସେବା ଦିଆଯାଇପାରିବ ବୋଲି ନିଜର ପ୍ରତିକ୍ରିୟାରେ କହିଛନ୍ତି ଶ୍ରୀ ବିଶ୍ୱାଳ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ବିଶ୍ୱାଳ ମୋହନଗିରୀ ଅଞ୍ଚଳର ସାମଗ୍ରିକ ବିକାଶ ଦିଗରେ ସଦା ତତ୍ପର ରହିବା ସହିତ ଲୋକଙ୍କ ସୁଖ ଏବଂ ସଙ୍କଟ ବେଳେ ସହଯୋଗ କରିଥାନ୍ତି । ଉଭୟ ଦମ୍ପତି ଉଭୟ ପଞ୍ଚାୟତର ଜନସାଧାରଣଙ୍କୁ ନିଜର କୃତଜ୍ଞତା ଜଣାଇବା ସହିତ ବିକାଶ ଅବଶ୍ୟମ୍ଭାବୀ ବୋଲି କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.