ବିଜେଡିର ମଞ୍ଜୁଲତା ଧରୁଆ ମ.ରାମପୁର ଜୋନ୍-୨ରୁ ଜିଲ୍ଲା ପରିଷଦ ସଦସ୍ୟା ଭାବେ ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବ୍ଳକର ଜିଲ୍ଲା ପରିଷଦ ଜୋନ୍-୨ ରେ ବିଜୁ ଜନତା ଦଳ ପ୍ରାର୍ଥୀନୀ ମଞ୍ଜୁଲତା ଧରୁଆ ବିଜୟୀ । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାରତୀୟ ଜନତା ପାର୍ଟିର ସବିତା ମାଝୀଙ୍କ ଠାରୁ ୭୦୦୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବିଜୁ ଜନତା ଦଳର ପ୍ରାର୍ଥୀନୀ ମଞ୍ଜୁଲତା ଧରୁଆ ୧୨୩୨୨ ଖଣ୍ଡ ଭୋଟ ପାଇଥିବା ବେଳେ ଭାରତୀୟ ଜନତା ପାର୍ଟିର ସବିତା ମାଝୀ ୫୩୧୩ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ରମନ୍ତି ମାଝୀ ୫୧୬୪ ଖଣ୍ଡ, ବହୁ ଜନ ସମାଜବାଦୀ ପାର୍ଟି ପ୍ରାର୍ଥୀନୀ ଜ୍ୟୋତ୍ସ୍ନା ମାଝୀ ୩୨୯ ଖଣ୍ଡ ଭୋଟ ପାଇଛନ୍ତି । ତାଙ୍କ ବିଜୟ କୁ ନେଇ ଅଞ୍ଚଳରେ ବିଜୁ ଜନତା ଦଳର କର୍ମୀ ତଥା ଅଞ୍ଚଳ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.