କୋରାପୁଟ/ ଜୟପୁର (ତ୍ରିନାଥ ପଟ୍ଟନାୟକ): ଜୟପୁର ସ୍ଥିତ ଫ୍ଲୋରେନ୍ସ ନାଇଟିଙ୍ଗେଲ ଏ.ଏନ. ଏମ. ତାଲିମ କେନ୍ଦ୍ର ପରିସରରେ ବିଶିଷ୍ଟ ସମାଜସେବୀ ସ୍ବର୍ଗତ ପ୍ରଭୁଦାନ ଭତ୍ରାଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀ ପାଳିତ ହୋଇଯାଇଛି। କବି ଯଜ୍ଞେଶ୍ବର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଡ.ଗଙ୍ଗାଧର ନନ୍ଦ ଓ ମୁଖ୍ୟ ବକ୍ତଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀ ଲାଷ୍ମୀକାନ୍ତ ପାଢି,ସମ୍ମାନିତ ଅତିଥି ଭାବେ ଯଥାକ୍ରମେ ପ୍ରମେୟ ଦୈନିକ ଖବର କାଗଜ ଜୟପୁର ସଂସ୍କରଣର ମୁଖ୍ୟ ଶ୍ରୀ ପ୍ରକାଶ ଚନ୍ଦ୍ର ଦାଶ ଓ ସକାଳ ଦୈନିକ ଖବର କାଗଜ ଜୟପୁର ସଂସ୍କରଣର ଆଞ୍ଚଳିକ ମୁଖ୍ୟ ରାକେଶ କୁମାର ପାଢୀ ଯୋଗଦେଇ ସ୍ବର୍ଗତ ଭତ୍ରାଙ୍କର କର୍ମମୟ ଜୀବନ, ସାରସ୍ୱତ ସୃଷ୍ଟି ସମ୍ଭାର ,ସାମ୍ବାଦିକତା, ସାଙ୍ଗଠନିକ ଦକ୍ଷତା, ସମାଜସେବା କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ କବି ସୁଧାଂଶୁ ଶେଖର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ପ୍ରାକ୍ତନ ସଭାପତି ସ୍ୱର୍ଗତ ପ୍ରଭୁଦାନ ଭତ୍ରାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। ସୁଶ୍ରୀ ହର୍ଷିତା ପଟ୍ଟନାୟକ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ସମ୍ପାଦକ ପ୍ରକାଶ ମହାନନ୍ଦିଆ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ନାରାୟଣ ପାତ୍ର ପ୍ରଥମ ଅଧିବେଶନର ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର ହୋତା, ଚନ୍ଦ୍ରମଣି ବାରିକ, ନାରାୟଣ ପାତ୍ର, ଶୋଭାଗିନୀ ନନ୍ଦ, ଶ୍ୟାମଳା ଦେବୀ ପ୍ରମୁଖଗଣ ପ୍ରଭୁଦାନ ଭତ୍ରାଙ୍କର ସ୍ମୃତି ଚାରଣ କରିଥିଲେ।କାର୍ଯ୍ୟକ୍ରମର ଦ୍ୱିତୀୟ ଚରଣରେ କବି ପ୍ରକାଶ ମହା ନନ୍ଦିଆଙ୍କ ସଭାପତିତ୍ୱରେ ବିବିଧ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। କବିତାଗୁଡିକୁ କବି କୃଷ୍ଣଚନ୍ଦ୍ର ହୋତା ଓ କବୟିତ୍ରୀ ଶୋଭାଗିନୀ ନନ୍ଦ ସୁନ୍ଦର ଭାବେ ସଂଯୋଜନା କରିଥିଲେ। କବିତା ପାଠ କରିଥିବା କବି ଓ କବୟିତ୍ରୀଗଣଙ୍କ ମଧ୍ୟରେ ସନ୍ତୋଷ କୁମାର ସାହୁ, ମମତା ମହାପାତ୍ର, କୁନା ମହାପାତ୍ର, ରୀତାଞ୍ଜଳି ଡାକୁଆ, ପ୍ରମୋଦ କୁମାର ରାଉଳ, ଅନନ୍ତ ବିଜୟ ଧୀବର, କବିତା ସାହୁ, ଶୋଭାଗିନୀ ନନ୍ଦ, ଯଜ୍ଞେଶ୍ବର ପଣ୍ଡା, ସଂଯୁକ୍ତା ରାଉତ, କୃଷ୍ଣଚନ୍ଦ୍ର ହୋତା ପ୍ରମୁଖଗଣ। କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଓ ମହିମାମଣ୍ଡିତ କରିଥିବା ସହିତ୍ୟାନୁରାଗୀଗଣ ହେଲେ ଅଶୋକ ମହାରଣା, ଲାଷ୍ମୀକାନ୍ତ ରଥ, ସୂର୍ଯ୍ୟମଣି ମାଝି, ତପନ କିରଣ ତ୍ରିପାଠୀ, ଅଭିମନ୍ୟୁ ବେନ୍ୟା ଏବଂ ଏ.ଏନ.ଏମ କେନ୍ଦ୍ରର ଛାତ୍ରୀ ଓ ଶିକ୍ଷୟିତ୍ରୀପ୍ରମୁଖଗଣ। ଶେଷରେ ଗୌରବ ଭତ୍ରା ଧନ୍ୟବାଦ ଅର୍ପଣ କରିଥିଲେ।