କେସିଙ୍ଗା ନଗରରେ ବିଜେପି ଦଳୀୟ କର୍ମୀଙ୍କୁ ଉପେକ୍ଷା!

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ଦେଖାଦେଇଛି । ବିଜେପି, ବିଜେଡ଼ି ଓ କଂଗ୍ରେସ ଭଳି ମୁଖ୍ୟ ଦଳ ଆସନ୍ତା ସାତ ତାରିଖ ସୁଦ୍ଧା ନିଜ ନିଜର ଅଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଶେଷ ପର୍ଯ୍ୟାୟରେ ପହଁଚିଛନ୍ତି ।ଏହାରି ଭିତରେ ବିଜେପି ନିଜର ଗୋଟି ଚାଳନା କରି ବିଜେଡିର ଜଣେ ବିଦ୍ରୋହୀ ତଥା ଜନୈକ ଯୁବ ବ୍ୟବସାୟୀଙ୍କୁ ଅଧ୍ୟକ୍ଷ ପ୍ରାର୍ଥୀ କରୁଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ । ମିଳିଥିବା ସୂଚନା ଅନୁସାରେ ଉକ୍ତ ବ୍ୟବସାୟୀ ଜଣକ ଦଳ ପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାକୁ ନିଜର ସମ୍ମତି ପ୍ରଦାନ କରିଛନ୍ତି । ଏପରିକି ଅଧ୍ୟକ୍ଷ ସହ ସମସ୍ତ କାଉନସିଲର ଙ୍କ ନିର୍ବାଚନ ଖର୍ଚ୍ଚ ମଧ୍ୟ ସେ ବହନ କରିବେ ବୋଲି ସୂଚନା ମିଳୁଛି । ଏଥିପାଇଁ ଦଳ ନିଜ କର୍ମୀଙ୍କୁ ଉପେକ୍ଷା କରି ଆମଦାନୀ ହୋଇଥିବା ନୂତନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରୁଛି, ଯାହା ଦଳପାଇଁ ବୁମେରାଙ୍ଗ ହେବାକୁ ଯାଉଛି । ତେବେ ପୁର୍ବରୁ ମିଳିଥିବା ପ୍ରାଥମିକ ସୁଚନା ଅନୁସାରେ ବିଜେପି ପକ୍ଷରୁ ପୁରୁଣା ତଥା ବରିଷ୍ଠ ସଦସ୍ୟ ରାଜେନ୍ଦ୍ର ପ୍ରସାଦ ପାଣିଗ୍ରାହୀ, ପୂର୍ବତନ ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର, ପୁର୍ବତନ ଏନ୍ଏସି ଅଧ୍ୟକ୍ଷା ସରିତା ସିନ୍ଦୂର, ମଗନ ସିନ୍ଦୂର, ସନ୍ତୋଷ ଦାସ, ଅରୁଣ ଅଗ୍ରୱାଲ, ସତ୍ୟବ୍ରତ ଦାସ, ବିର୍ଦ୍ଦିଚନ୍ଦ ଜୈନ, ପ୍ରମୁଖ ଦୈ।ଡରେ ଥିବା ବେଳେ ବିଜେପି ଟଙ୍କା ପାଇଁ ଟିକେଟ ବିକ୍ରି କରୁଛି ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ଏଭଳି ପରିସ୍ଥିତିରେ ପୁଣି ଥରେ ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ମଧ୍ୟ ବିଜେପିର ସ୍ଥିତିକୁ ପୁଣି ରସାତଳ କୁ ନେଇଯିବ ଏବଂ ସମଗ୍ର ଜିଲ୍ଲାରେ ତାର ସ୍ଥିତି ଖରାପ ହୋଇଯିବା ସୁନିଶ୍ଚିତ ବୋଲି ଅଞ୍ଚଳ ବାସୀ ଆଲୋଚନା କରୁଛନ୍ତି । ତେବେ ଟଙ୍କା ପଇସାରେ ମୁଲଚାଲ ନ କରି ଉପଯୁକ୍ତ ବ୍ୟକ୍ତିଙ୍କୁ ବିଜେପି ଟିକେଟ ମିଳିବା ଆବଶ୍ୟକ ବୋଲି ଚର୍ଚ୍ଚା ହେଉଛି । ତେବେ ଏନେଇ କେସିଙ୍ଗା ନଗର ସଭାପତି ମଗନ ସିନ୍ଦୂରଙ୍କୁ ଯୋଗାଯୋଗ କରିଥିବାରୁ ଆମେ ଏ ସଂକ୍ରାନ୍ତରେ ଦୁଇଜଣଙ୍କ ନାମ ଜିଲ୍ଲା ସ୍ତରୀୟ ଟିକେଟ ଚୟନ କମିଟିକୁ ସୁପାରିଶ କରିଥିଲୁ ହେଲେ ଜିଲ୍ଲା କମିଟି ଚୁଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ ବୋଲି ମତ ପ୍ରକାଶ କରିଥିଲେ ।ଏହାସହିତ ପୁର୍ବତନ ନଗର ସଭାପତି ପ୍ରଶାନ୍ତ ବାନାର୍ଜୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଦଳୀୟ ପ୍ରାର୍ଥୀଙ୍କୁ ଟିକେଟ ନ ଦେଇ ଆମଦାନୀ ପ୍ରାର୍ଥୀ ଙ୍କୁ ଟିକଟ ପ୍ରଦାନ କରାଯାଏ ତେବେ ଏହା ଦଳ ପାଇଁ ସମ୍ପୂର୍ଣ୍ଣ କ୍ଷତିକାରକ ବୋଲି ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.