ନବ ନିର୍ବାଚିତ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ନର୍ଲାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର ): ନର୍ଲା ବିଜେଡି ତରଫରୁ ନବ ନିର୍ବାଚିତ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି ଜିଲ୍ଲା ପରିଷଦ କଳାହାଣ୍ଡିର ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି । ଦିବଂଗତ ନେତା, ପୂର୍ବତନ ମନ୍ତ୍ରୀ ସ୍ବର୍ଗତ କିରଣ ଚନ୍ଦ୍ର ସିଂଦେଓଙ୍କ ସୁପୁତ୍ର ପୁଷ୍ପେନ୍ଦ୍ର ସିଂଦେଓ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବରେ ପୂର୍ଣ୍ଣ ବହୁମତରେ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ଆଜି ନର୍ଲା ବିଜେଡି ତରଫରୁ ନର୍ଲା ଜିଲ୍ଲା ପରିଷଦ ଜୋନ୍ ନଂ-୧ ର ସଦସ୍ୟା ନମ୍ରତା ସାହୁ, ଜୋନ ନଂ- ୩ ର ସଦସ୍ୟା ଲିଲି ଦୀପଙ୍କ ସମେତ ନର୍ଲା ବିଜେଡି ସଭାପତି ପରେଶ ପଧାନ, ବରିଷ୍ଠ ବିଜେଡି ନେତା ହମେଶ ଜୈନ, ପୁର୍ଣ୍ଣଚନ୍ଦ୍ର ପୁଝାରୀ, ବଡ ହଂସ, ପଙ୍କଜିନୀ ନାଏକ, କିଶୋର ମାଝୀ, ବରୁଣ ନାଏକ, ପ୍ରତ୍ୟୁଷ ନାଏକ, କିଶୋର ନାଏକ, ଟିମ୍ପୁ ପୁଝାରୀ, ଗଙ୍ଗା ପାତ୍ର ଓ ଅନେକ ଦଳୀୟ କର୍ମୀ ଉପସ୍ଥିତ ରହି ଅଧ୍ୟକ୍ଷଙ୍କୁ ସ୍ୱାଗତ କରିଥିଲେ ।

Omkar Vasthu
Omkar Vasthu

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

Pearl dental clinic
Near Ashish Medical Store, Bhawanipatna

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଦେଓଙ୍କ ସହ ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କ ସୁପୁତ୍ର ଦଲଜିତ ସିଂ (ସୁଫି) ଓ ବରିଷ୍ଠ ଆଇନଜୀବୀ ଜୟ ସିଂଦେଓ ମଧ୍ୟ ଉପସ୍ଥିତ ଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକାଅଭୀମୁଖୀ କାର୍ଯ୍ୟକ୍ରମ, ବିଭିନ୍ନ ଜନ ହିତକର ଯୋଜନା ଯୋଗୁଁ ଆମେ ଜନସାଧାରଣଙ୍କ ଆଶୀର୍ବାଦ ପାଇଛୁ । ଆଗକୁ କଳାହାଣ୍ଡିର ବିକାଶ ପାଇଁ କାର୍ଯ୍ୟ କରିବି ବୋଲି ନବ ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ସିଂଦେଓ ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛିନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାରେ ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ୩୬ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୩୩ ଆସନ ହାତେଇ ଜିଲ୍ଲା ପରିଷଦ ଗଠନ କରିଥିଲା । ସେହି ସମୟରେ ବିଜେଡି ଖାତାରେ ଗୋଟିଏ ମାତ୍ର ଆସନ ମିଳିଥିଲା, ଯେଉଁଥିରୁ ପୁଷ୍ପେନ୍ଦ୍ର ସିଂହଦେଓ ବିଜୟୀ ହୋଇ ବିଜେଡିର ମାନ ରକ୍ଷା କରିଥିଲେ । ତେବେ ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡି ଜିଲ୍ଲାର ୩୩ଟି ଆସନରୁ ବହୁମତରେ ବିଜୟୀ ହୋଇ ଜିଲ୍ଲା ପରିଷଦ ଗଠନ ସହ ବିଜେପିକୁ ଶକ୍ତ ଧକ୍କା ଦେଇଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.