ମାଟିର ସ୍ୱରର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ଦଶପଲ୍ଲା: ଦଶପଲ୍ଲା ସ୍ଥିତ ଗୋବିନ୍ଦ କଲ୍ୟାଣ ମଣ୍ଡପ ଠାରେ ସାହିତ୍ୟ ଓ ସାମାଜିକ ସଂଗଠନ “ମାଟିର ସ୍ୱର”ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ପ୍ରଭାତ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବକୁ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଓ ପଦ୍ମଶ୍ରୀ ହଳଧର ନାଗ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ ।‌ ଦିବସବ୍ୟାପୀ ୩ ଅଧିବେଶନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ପ୍ରତିଭାଧାରୀ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରାଧ୍ୟାପକ କୁଳମଣି ବାରିକ, କବି ତଥା ସାହିତ୍ୟିକ ସଂଗ୍ରାମ କେଶରୀ ସାମନ୍ତରାୟ, ଅବସରପ୍ରାପ୍ତ ପ୍ରାଧ୍ୟାପିକା ତଥା ଗାଳ୍ପିକା ଡ଼ଃ. ବାସନ୍ତୀ ମହାନ୍ତି, ବିପ୍ଲବୀ କବି ପ୍ରଫୁଲ୍ଲ କୁମାର ମାଝୀ, ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ୱାଳ, କବୟିତ୍ରୀ ଅଞ୍ଜଳିପ୍ରଭା ପଟ୍ଟନାୟକ, ଲେଖିକା ସୁନନ୍ଦା ପ୍ରଧାନ, ସାମାଜିକ କର୍ମୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ସ୍ତମ୍ଭକାର ସୂର୍ଯ୍ୟମଣୀ ମିଶ୍ର, ଉଦଘୋଷିକା ତଥା କଣ୍ଠଶିଳ୍ପୀ ବନ୍ଦନା ମିଶ୍ର, କବି ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ, ନାଟ୍ୟକାର ବିଶ୍ୱନାଥ ମହାପାତ୍ର, କବି ଚନ୍ଦ୍ର ବିଜୟୀ ମିଶ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ ସରୋଜ କୁମାର ନାୟକ, ଲେଖିକା ସୌଦାମିନୀ ମିଶ୍ର ଯୋଗ ଦେଇଥିଲେ । ଛାତ୍ରୀ ତଥା ଲେଖିକା ଅନନ୍ୟା ଓ ଈଶାନୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କବିତା ସଂକଳନ ଉନ୍ମୋଚନ, ବିବରଣୀ ଉପସ୍ଥାପନ ଓ ମାଟିର ସ୍ୱର ସମ୍ମାନ ପ୍ରଦାନ ଆଦି ବହୁବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.