ପୌର ନିର୍ବାଚନ: ଆସିଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ବିଏମସିର ୬୭ ୱାର୍ଡର କର୍ପୋରେଟର ପାଇଁ ଲଢିବେ ୨୮୯ ଜଣ ପ୍ରାର୍ଥୀ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ୬୭ଟି କର୍ପୋରେଟର ଆସନରେ ଏବେ ପ୍ରତିଦ୍ୱନ୍ଦ୍ୱିତା କରିବେ ୨୮୯ ଜଣ ପ୍ରାର୍ଥୀ । ଏହି ସୂଚନା ଦେଇଛନ୍ତି ବିଏମସି ନିର୍ବାଚନ ଅଧିକାରୀ ତଥା ଭୁବନେଶ୍ୱର ଏଡିଏମ ପ୍ରଫୁଲ୍ଲ ସ୍ୱାଇଁ । ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ହୋଇଥିବାରୁ ଆଜିଠୁ ପ୍ରଚାର ଜୋରଦାର ହେବ । ସମର୍ଥକଙ୍କୁ ନେଇ ନିଜ ନିଜ ୱାର୍ଡରେ ଗାଡି ଧରି ପ୍ରଚାର କରିବେ କର୍ପୋରେଟର ପ୍ରାର୍ଥୀ । ଏଠାରେ ପ୍ରକାଶଯୋଗ୍ୟ ଯେ, ସୋମବାର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନରେ ୫୨ ଜଣ କର୍ପୋରେଟର ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ୩୪୧ ଜଣ ପ୍ରାର୍ଥୀ କର୍ପୋରେଟର ପ୍ରାର୍ଥୀ ନାମାଙ୍କନ କରିଥିଲେ । ସେମାନଙ୍କ ମଧ୍ୟରୁ ୫୨ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.