ଆୟୁଷ୍ମାନ ଯୋଜନାରେ ଗୋଷ୍ଠୀ ସ୍ତରୀୟ ସ୍ବାସ୍ଥ୍ୟ ମେଳା

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେଉଛି ଆଜାଦିକା ଅମୃତ ମହୋତ୍ସବ । ଏହି ଅବସରରେ ଆୟୁଷ୍ମାନ ଯୋଜନା ମାଧ୍ୟମରେ ଦେଶର ପ୍ରତ୍ୟେକ ବ୍ଲକରେ ଆୟୋଜିତ ହେଉଛି ସ୍ବାସ୍ଥ୍ୟ ମେଳା । ସେହି କ୍ରମରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉଚ୍ଚଳା ଗ୍ରାମ ପଞ୍ଚାୟତ କୁମଯୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଅଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ବାସ୍ଥ୍ୟ ଅଧିକାରୀ ସୋମନାଥ ମେହେରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ ସ୍ବାସ୍ଥ୍ୟ ମେଳାରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗ ଦେଇ ଉଦଘାଟନ କରିଥିବା ବେଳେସମ୍ମାନିତ ଅତିଥି ଭାବେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ, ଜିଲ୍ଲା ପରିଷଦ ସଦସ୍ୟ ଦେବ ପୁଝାରୀ, ଜୋନ୩ ର ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଦିଳିପ ରାଉତ ଯୋଗ ଦେଇଥିଲେ । ଏହି ସ୍ବାସ୍ଥ୍ୟ ମେଳାରେ ଜୟପାଟଣା ଅଞ୍ଚଳର ଶତାଧିକ ରୋଗୀ ଅଂଶ ଗ୍ରହଣ କରି ବିଭିନ୍ନ ରୋଗର ମାଗଣା ଚିକିତ୍ସା ଓ ଔଷଧ ପାଇଥିଲେ । କୁନୀ କୁନୀ ଛାତ୍ରୀ ମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଅଞ୍ଚଳର ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ, ସ୍ବାସ୍ଥ୍ୟ କର୍ମୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.