ଇଟାଲି ଫେରିବ ଅଗଷ୍ଟା ହେଲିକପ୍ଟର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଇଟାଲି ଫେରିବ ୩ଟି ଅଗଷ୍ଟା ହେଲିକପ୍ଟର । ଦୀର୍ଘ ୧୦ ବର୍ଷ ପରେ ନିଷ୍ପତ୍ତି ନେଲେ ସରକାର । ଏତେ ବର୍ଷ ଧରି ଦିଲ୍ଲୀ ପାଲାମ୍ ଏୟାରଫୋର୍ସ ଷ୍ଟେସନରେ ପଡ଼ି ରହିବା ପରେ ଏହାକୁ ଫେରାଇବା ପାଇଁ ସ୍ତିର କରାଯାଇଛି । କାରଣ ୧୦ ବର୍ଷ ଧରି ଉଡ଼ାଣ ବନ୍ଦ ଥିବାରୁ ଏବା ଏବେ ଆଉ ବ୍ୟବହାର ଉପଯୋଗି ହୋଇ ନାହିଁ । ୨୦୧୨ରେ ୩ଟି ହେଲିକପଟର ଭାରତରେ ପହଞ୍ଚିଥିଲେ ମଧ୍ୟ ଏହାକୁ ଭିଭିଆପିଙ୍କ ଲାଗି ବ୍ୟବହାର କରାଯିବା ଆଗରୁ ସାମ୍ନାକୁ ଆସିଥିଲା ଡିଲରେ ହୋଇଥିବା ଲାଞ୍ଚ କାରବାର କଥା । କେନ୍ଦ୍ର ସରକାର ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଓ ଏହାର ମୂଳ କଂପାନି ଲିୟୋନାର୍ଡୋକୁ ବ୍ୟାନ୍ କରିବା ପରେ ପାଲାମ୍ ଏୟାରଫୋର୍ସ ଷ୍ଟେସନ ଏହା ପଡିରହିଥିଲା । ଅଗଷ୍ଟା ହେଲିକପଟର ଡିଲରେ ଲାଞ୍ଚ କାରବାର ଅଭିଯୋଗ ସାମ୍ନାକୁ ଆସିବା ପରେ ଏହାକୁ ବ୍ୟବହାର କରାଯାଇନଥିଲା । ତେବେ ଭାରତୀୟ ବାୟୁସେନା ଏହାର ପରୀକ୍ଷାମୂଳକ ଉଡ଼ାଣ କରିଥିଲା ସେବେଠାରୁ ଏହା ଭାରତୀୟ ବାୟୁସେନା ତତ୍ତ୍ୱାବଧାନରେ ରହିଆସିଛି । ଲାଞ୍ଚ କାରବାରରେ ସଂପୃକ୍ତ ଅଗଷ୍ଟାର ସହଯୋଗୀ କଂପାନୀ ଲିୟୋନାର୍ଡୋ ଉପରୁ କେନ୍ଦ୍ର ସରକାର ପ୍ରତିବନ୍ଧକ ହଟାଇ ଦେଇଥିବାରୁ ହେଲିକପ୍ଟର ଫେରାଇ ଦେବାରେ ଆଉ କିଛି ପ୍ରତିବନ୍ଧକ ନାହିଁ । ତେବେ ଏପରି ସ୍ଥିତିରେ ବର୍ତ୍ତମାନ ପୁଣି ଇଟାଲିକୁ ଏହାକୁ ଫେରାଇବା ନେଇ ଆଲୋଚନା ହେଉଥିବା ସାମ୍ନାକୁ ଆସିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.