PM ମୋଦିଙ୍କ ନୂଆ କାରନାମା  :  ଡବ୍ଲଏଚଓ ମୂଖ୍ୟଙ୍କୁ ଦେଲେ ନୂଆ ନାଁ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସବୁବେଳେ ଭାରତ ପ୍ରଧାନମନ୍ତ୍ରୀ ଏପରି କିଛି କରିଥାନ୍ତି ଯାହା ପାଇଁ ସେ ଚର୍ଚ୍ଚାରେ ରୁହନ୍ତି । ତେବେ ନିକଟରେ ସେ ପୁଣି ଏପରି କିଛି କରିଛନ୍ତି ଯାହାକୁ ନେଇ ସେ ଏବେ ପୁଣି ଚର୍ଚ୍ଚାରେ । ସେ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଧାନୋମଙ୍କୁ ନୂଆ ନାଁରେ ନାମିତ କରିଛନ୍ତି । ମହାତ୍ମା ଗାନ୍ଧୀଙ୍କ ଜନ୍ମସ୍ଥାନ ଗାନ୍ଧୀନଗରରେ ଆୟୋଜିତ ଗ୍ଲୋବାଲ୍ ଆୟୁଷ୍ ଆଣ୍ଡ ଇନୋଭେସନ୍ ସମ୍ମିଟରେ ମୋଦି ତାଙ୍କୁ ଏକ ଗୁଜୁରାଟୀ ନାଁ ଦେଇ ତୁଲସୀ ଭାଇ ବୋଲି ନାମକରଣ କରିଛନ୍ତିି । ଟେଡ୍ରୋସଙ୍କୁ ନିଜର ଜଣେ ଭଲ ବନ୍ଧୁ ବୋଲି କହିବା ସହ ଭାରତୀୟ ଶିକ୍ଷକଙ୍କ ଶିକ୍ଷାଦାନରୁ ଟେଡ୍ରୋସ୍ ତାଙ୍କ ଜୀବନରେ ସଫଳତା ପାଇଥିବା ମୋଦି କହିଛନ୍ତି । କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ମୋଦିଙ୍କୁ ଡବ୍ଲୁୁଏଚଓ ମୁଖ୍ୟ ନିଜକୁ ପକ୍କା ଗୁଜରାଟୀ ବୋଲି ଦର୍ଶାଇବା ସହ ଗୁଜରାଟୀ ନାଁ ସ୍ଥିର କରିସାରିଛନ୍ତି ନା ନାହିଁ ବୋଲି ପଚାରିଥିଲେ । ଏହି ପ୍ରଶ୍ନର ଉତ୍ତରରେ ମୋଦି ତାଙ୍କୁ ତୁଲସୀ ଭାଇ ବୋଲି ସର୍ବସାଧାରଣରେ ନାମିତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.