କବିତା: କିଏ ଅସଲି କିଏ ନକଲି

✍🏾ଡମ୍ବରୁଧର ବେହେରା

ଆଜି ଏ ସମାଜ ନୂଆ ରୂପେ ଗଢା
ସମସ୍ତେ ଯେ ଏକା ପରି
ଭଲ ଲୋକମାନେ ଭଲାଇ ହୁଅନ୍ତି
ଧୃତ୍ତ, ଟାଉଟର ମାରି।
ନ ହେଲେ ନ ଚଳେ ବେଇମାନୀ ଭାଇ,
ନକଲି ବୋଲଇ ଖାଣ୍ଟି
ଦିନ ଦି’ ପହରେ ହୁଏ ହଣାହଣି
କାଟନ୍ତି ଲୋକଙ୍କ ତଣ୍ଟି ।
କିଏ ଭଲ ବୋଲି କାହାକୁ କହିବା
ସଭିଏଁ ମୁଖା ପିନ୍ଧାରି
ଅସଲି ହେଲେ ବି ଖାଦ ନ ମିଶିଲେ
ହୁଏନା ସୁନା ତିଆରି ।।

ଗଞ୍ଜାମ, (ଓଡ଼ିଶା)
ସମ୍ପର୍କ:୯୪୩୭୭୮୮୪୬୪

OdiaBarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.