ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବେଡାଙ୍ଗପାଜୁ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଖଜୁରୀପଡ଼ା ଥାନା ବୁରୁପଦା ଗ୍ରାମର ଉତ୍ସବ ମହାନନ୍ଦ ( ୬୦ ) ବୋଲି ଜଣାପଡିଛି । ଶୁକ୍ରବାର ରାତିରେ ଉତ୍ସବ ଗୁଦାରୀ ଠାରେ ଏକ ଶୁଦ୍ଧି କାର୍ଯ୍ୟରେ ଯୋଗ ଦେଇ ନିଜ ଗ୍ରାମକୁ ଫେରୁଥିଲେ । ବେଡାଙ୍ଗପାଜୁ ପୋଲ ଉପରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ହେଇଥିବା ଡାକ୍ତର କହିଛନ୍ତି ।ଖଜୁରୀପଡ଼ା ପୁଲିସ ଶବ ବ୍ୟବଛେଦ କରାଇବା ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରଛି । ଏ ନେଇ ମୃତକଙ୍କ ପୁଅ ଲକ୍ଷ୍ମୀଧର ଖଜୁରୀପଡ଼ା ଥାନାରେ ଏତଲା ଦାଏର କରିଛି । ଏତଲା କୁ ଭିର୍ତ୍ତିକରି ପୁଲିସ ତଦନ୍ତ କରୁଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.