ଭଇରିପାଲି ଗ୍ରାମ ପଞ୍ଚାୟତରେ ଜାତୀୟ ପଞ୍ଚାୟତ ରାଜ ଦିବସ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଳକ ଅନ୍ତର୍ଗତ ଭଇରିପାଲି ଗ୍ରାମ ପଞ୍ଚାୟତରେ ଜାତୀୟ ପଞ୍ଚାୟତ ରାଜ ଦିବସ ଓ ଏହି ପରିପ୍ରେକ୍ଷୀରେ ଏକ ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା। ସରପଂଚ ଭାନୁମତୀ ବେମାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସଭାକୁ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ପରିଚାଳନା କରିଥିଲେ।

ଏହି ଅବସରରେ ଗ୍ରାମ ସଭାରେ ଉପସ୍ଥିତ ରହି ଥିବା ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ତଥା ଜନସାଧାରଣଙ୍କୁ କି ଭଳି ଭାବରେ ପଞ୍ଚାୟତକୁ ଏକ ଦାରିଦ୍ର୍ୟ ମୁକ୍ତ ପଞ୍ଚାୟତ ଗଠନକରାଯିବ, ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା, ପଞ୍ଚାୟତର ଅନାବାଦୀ ଗୋଚର ଜମିରେ ବୃକ୍ଷ ରୋପଣ କରିବା ଆଦି ବିଷୟରେ ସରପଂଚ ଏକ ସଙ୍କଳ୍ପ ପତ୍ର ପାରିତ କରିଥିଲେ ଏବଂ ଏହା ସର୍ବସମ୍ମତିକ୍ରମେ ଗୃହୀତ କରାଯାଇ ଉପସ୍ଥିତ ସମସ୍ତେ ସଙ୍କଳ୍ପ ନେଇ ଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ନାଏବ ସରପଞ୍ଚ ବବଳୁ ପଣ୍ଡା, ବିଜେଡି ଏସସି ସେଲ୍ ବ୍ଳକ ସଭାପତି ଦଇତାରୀ ଛତ୍ରୀଆ ଉପସ୍ଥିତ ରହି ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକ ପାତ କରି ଥିଲେ। ଶେଷରେ ସରପଂଚ ଶ୍ରୀମତୀ ବେମାଲ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.