ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ ସ୍ଥିତ ହୋଟେଲ ରୋୟାଲ ପ୍ୟାଲେସ ଠାରେ ଚାଇଲଡ ଫଣ୍ଡ ଇଣ୍ଡିଆ ତରଫରୁ ଦେଶାନ୍ତର ଓ ବେକାରୀ ସମସ୍ୟା ଦୂରୀକରଣ ପାଇଁ ଏକ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଡ଼ିଓ ଶରତ କୁମାର ସେଠୀ, ଆସିଷ୍ଟାଣ୍ଟ ସବ କଲେକ୍ଟର ଚିନ୍ମୟ କୁମାର ନାଏକ ଏବଂ ସମ୍ମାନିତ ଅତିଥି ଏଏଲଓ ସୁଶାନ୍ତ କୁମାର ପାଇକରାଏଙ୍କ ସମେତ ବିଭିନ୍ନ ସରକାରୀ ବେସରକାରୀ ତାଲିମ କେନ୍ଦ୍ର ଓରମାସ, ଓଏଲଏମ, cipet, ବଳରାମ ପଣ୍ଡା ଟ୍ରଷ୍ଟ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଦେଶାନ୍ତର ଓ ବେକାରୀ ସମସ୍ୟା ସମାଧାନ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସନ୍ଦୀପ ନାଗ ପରିଚାଳନା କରିଥିବା ବେଳେ ଯୋଗେଶ୍ୱର ବୁଦ୍ଧିଆ, ବିହାରୀ ରାଉତ, ନମିତା ନାୟକ, ସମୀକ୍ଷା ସିଂ ସମେତ ଚାଇଲଡ ଫଣ୍ଡ ଇଣ୍ଡିଆର କର୍ମୀମାନେ ସହଯୋଗ କରିଥିଲେ । ଏଥିରେ ଅନେକ ଯୁବକ ଯୁବତୀ ଭାଗ ନେଇଥିଲେ ।