ଯାତ୍ରୀବାହୀ ଟ୍ରକ ଓଲଟି ୮୦ରୁ ଉର୍ଦ୍ଧ୍ଵ ଆହତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ସିଜିଗାଣ୍ଡା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୮୦ରୁ ଉର୍ଦ୍ଧ୍ଵ ଲୋକେ ଆହତ ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ଗୁରତର ରହିଛି । ସୂଚନା ମୁତାବକ ଗଦାପୁର ପଞ୍ଚାୟତ ପୁଟୁଡୁ ମାହା ଗ୍ରାମରୁ କନ୍ୟା ଯାତ୍ରୀ ଲୋକେ ଏକ ଟ୍ରକ ଯୋଗେ ଭୋଜି ଖାଇବାକୁ ବର ଯାତ୍ରୀ ଗ୍ରାମ ପାଙ୍ଗାଲିକୁ ଆସୁଥିଲା । ପ୍ଲିହେରି ପଞ୍ଚାୟତ ପାଙ୍ଗାଲି ଗ୍ରାମକୁ ଆସୁଥିବା ବେଳେ ସିଜିଗାଣ୍ଡା ଘାଟିରେ ଟ୍ରକଟି ଓଲଟି ପଡିଥିଲା । ଯାହା ଫଳରେ ଟ୍ରକର ଡାଲାରେ ଥିବା ୧୦୦ ରୁ ଉର୍ଦ୍ଧ କନ୍ୟା ଯାତ୍ରୀଲୋକେ ଆସୁଥିବା ରାସ୍ତାର ବାମ ପାର୍ଶ୍ଵର ପ୍ରାୟ ୪୦ରୁ ୫୦ ଫୁଟ ତଳ ଖାଲକୁ ଖସି ପଡ଼ିଥିଲେ । ଘଟଣା ସ୍ଥଳରେ ଦାରିଙ୍ଗବାଡ଼ି ପୋଲିସ ଓ ଅଗ୍ନିଶମ ବିଭାଗ ଦ୍ଵାରା ଲୋକଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚକିତ୍ସା ପାଇଁ ପଠାଇଛି । ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆହୁରି କେତେ ଲୋକଙ୍କୁ ଅବସ୍ଥା ଗୁରୁତ୍ୱ ରହିଥିବା ବିଷୟ ମେଡ଼ିକାଲ ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.