ଛକାପଞ୍ଝା ମଧ୍ୟରେ ସମାପନ ହେଲା ସମବାୟ ନିର୍ବାଚନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରବିବାର ୧୯ ତାରିଖ ସମାପନ ହୋଇଯାଇଛି ସମବାୟ ସମିତିର ନିର୍ବାଚନ ପର୍ବ । ଅନେକ ୱାର୍ଡରେ ନିଦ୍ୱର୍ନ୍ଦରେ ସଭ୍ୟମାନେ ନିର୍ବାଚିତ ହୋଇଥିବା ବେଳେ କେତେକ ୱାର୍ଡରେ ତୀବ୍ର ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଥିଲା । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନସ୍ଥ ୭ ଗୋଟି ସମବାୟ ସମିତିରେ ମଧ୍ୟରୁ ଆଜି ୬ ଗୋଟି ସମବାୟ ସମିତିରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ରୁପ୍ରା ସମବାୟ ସମିତିରେ ସମସ୍ତ ସଭ୍ୟ (ଡାଇରେକ୍ଟର) ଏପରିକି ସଭାପତି ମଧ୍ୟ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇସାରିଥିବା ଜଣାପଡିଛି । ଏଥରକ ସମବାୟ ସମିତି ନିର୍ବାଚନ ଭିନ୍ନ ଧରଣର ହୋଇଥିଲା । ନର୍ଲା, ରୁପ୍ରାରୋଡ, ଶାନ୍ତପୁର, ଭାନପୁର, ତୁଳାପଡା, ପଲମ ପ୍ରଭୃତି ସମବାୟ ସମିତିରେ ସକାଳ ୭ ଘଣ୍ଟା ସମୟରୁ ସମବାୟ ସମିତିରେ ମତଦାନ ଆରମ୍ଭ ହୋଇଯାଇଥିଲା । ଭାନପୁର ସମବାୟ ସମିତିରେ ଦିନ ୧୦ ଘଣ୍ଟା ସମୟରେ କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ନର୍ଲା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ଖବରରୁ ଜଣାପଡିଛି । ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ୍ ଓ ଜିଲ୍ଲା କୃଷି ବିଭାଗ ଅଫିସରୁ କର୍ମଚାରୀ ମାନେ ନିର୍ବାଚନ ଅଧିକାରୀ ଭାବରେ ଆସି ନିର୍ବାଚନ ପରିଚାଳନା କରିଥିଲେ । ନର୍ଲା ସମବାୟ ସମିତିରେ କୁର୍ମେଲ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଦାଶିବ ମହାରଣା ନିର୍ବାଚନ ଅଧିକାରୀ ଭାବରେ ନିର୍ବାଚନ ପରିଚାଳନା କରିଥିଲେ । ନର୍ଲା ସମବାୟ ସମିତିର ୧୩ ଗୋଟି ୱାର୍ଡ ମଧ୍ୟରୁ କେବଳ ୧୩ ନମ୍ବର ୱାର୍ଡରୁ ହିଁ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇସାରିଥିବାରୁ ସେହି ୱାର୍ଡ ପାଇଁ ଭୋଟ ଗ୍ରହଣ କରାଯାଇ ନଥିଲା । ବାକି ୧୨ ଗୋଟି ୱାର୍ଡରେ ତୀବ୍ର ପ୍ରତିଦ୍ୱନ୍ଦିତା ହୋଇଥିବା ଦେଖିବାକୁ ମିଳିଥିଲା । ନର୍ଲା ନଂ- ୧ ୱାର୍ଡ ଘଣ୍ଟମାଳରେ ଗଜେନ୍ଦ୍ର ପଧାନ ଓ ଦେବେନ୍ଦ୍ର ସାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ଗଜେନ୍ଦ୍ର ସା ୧୪ ଖଣ୍ଡ ଭୋଟ ପାଇଥିବା ବେଳେ ବର୍ତ୍ତମାନର ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା ମାତ୍ର ୪ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ । ସେହିଭଳି ନର୍ଲା ନଂ-୨ ୱାର୍ଡରେ ଆଦର୍ଶ ଅଗ୍ରୱାଲ ଓ ବର୍ତ୍ତମାନର ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆଙ୍କ ମଧ୍ୟରେ ଲଢେଇ ହୋଇଥିଲା । ଆଦର୍ଶ ଅଗ୍ରୱାଲ ୪ ଖଣ୍ଡ ଭୋଟ ପାଇଥିବା ବେଳେ ଚିରଞ୍ଜିବୀ ଗୌଡିଆ ୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ନର୍ଲା ନଂ-୩ ରେ ହୃଷିକେଶ ପଧାନ, ୪- ରେ ଫକୀର ଗଉଡ, ନର୍ଲା ନଂ-୫ ଭଜରାମ ମାଝୀ ମାତ୍ର ୮ ଖଣ୍ଡ ଭୋଇଟ ପାଇଥିବା ବେଳେ ଅଭୟ କୁମାର ଚାନ୍ଦ ୨୩ ଖଣ୍ଡ ଭୋଟ ପାଇ ଏକ ବଡ ଧରଣର ବିଜୟ ହାସଲ କରିଥିଲେ । ୬ ନଂ ୱାର୍ଡରେ ହେତୁକୃଷ୍ଣ ଭୋଇ ଦଣ୍ଡସେନା ପୁଝାରୀଙ୍କୁ ୫ ଖଣ୍ଡ ଭୋଟ ରେ ପରାଜିତ କରିଥିଲେ । ନଂ- ୭ ୱାର୍ଡରେ ଗୌତ୍ତମ ଚିନ୍ଦା ମାତ୍ର ୧୦ ଖଣ୍ଡ ଭୋଟ ପାଇଥିବା ବେଳେ ସଂଗ୍ରାମ ଚାନ୍ଦ୍ ୧୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ନଂ-୮ ରେ ସବିତା ଅଗ୍ରୱାଲ ୧୫ ଖଣ୍ଡ ଭୋଟ ପାଇଥିବା ବେଳେ ସରସ୍ୱତୀ ଦାସ୍ ୭ ଖଣ୍ଡ ଭୋଟ ପାଇଥିଲେ । ସେହିଭଳି ନର୍ଲା ନଂ-୯ ୱାର୍ଡରେ କିଶୋର କୁମାର ନାଏକ ମାତ୍ର ୪ ଖଣ୍ଡ ଭୋଟ ପାଇଥିବା ବେଳେ ମାଣ୍ଡେଲର ଯୁବ ସମାଜସେବୀ, ଯୁବ ଚାଷୀ ଦିଲୀପ କୁମାର ନାଏକ ୧୫ ଖଣ୍ଡ ଭୋଟ ପାଇ ବିଜୟର ଶ୍ରେୟ ନେଇଥିଲେ । ନଂ- ୧୦ ରେ ଧନୁର୍ଦ୍ଧର ସେନାପତି ୬ ଖଣ୍ଡ ଓ ନିର୍ମଳ ଦୀପ ୬ ଖଣ୍ଡ ଭୋଟ ପାଇ ସମାନ (ଟାଇ) ରହିଥିବା ବେଳେ ଧର୍ମଗୁଳାରେ ଧନୁର୍ଦ୍ଧର ସେନାପତି ବିଜୟୀ ହୋଇଥିଲେ । ନଂ- ୧୧ ରେ ଅନିରୁଦ୍ଧ ବିଶ୍ୱାଳ ୧୩ ଖଣ୍ଡ ଭୋଟ ବ୍ୟବଧାନରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କୁବେର ଗଉଡଙ୍କୁ ପରାଜିତ କରିଥିଲେ । ନଂ- ୧୨ ରେ କୈଳାସ ବୁଦ୍ଧିଆ ୩୯ ଖଣ୍ଡ ଭୋଟ ପାଇଥିବା ବେଳେ ତୀର୍ଥ ବୁଦ୍ଧିଆ ୨୭ ଖଣ୍ଡ ଭୋଟ ପାଇ ୧୨ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ । ଛକାପଞ୍ଝା ମଧ୍ୟରେ ସମବାୟ ନିର୍ବାଚନ ସମାପନ ହୋଇଯାଇଛି । ଦୁଇ ଗୋଷ୍ଠି ମଧ୍ୟରେ ଛକାପଞ୍ଜା ଚାଲିଥିଲା । ଏବେ ଗୋଟିଏ ଗୋଷ୍ଠୀରେ ୮ ଜଣ ଓ ଅନ୍ୟ ଗୋଷ୍ଠିରେ ୪ ଜଣ ସଦସ୍ୟ ରହିଥିବା ଜଣାପଡିଛି । ଆଉ ୧୫ ଦିନ ପରେ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ । ବିଜୟୀ ଗୋଷ୍ଠିରେ ସଭାପତି ପଦବୀ ପାଇଁ ୪ ଜଣ ଆଶାୟୀ ପ୍ରାର୍ଥୀ ଲବିରେ ରହିଥିବା ଚାଷୀ ମାନଙ୍କ ମଧ୍ୟରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି । ସମବାୟ ସମିତି ଭଳି ଚାଷୀଙ୍କ ପବିତ୍ର ଅନୁଷ୍ଠାନକୁ ସୁ ପରିଚାଳନା ନିମନ୍ତେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ଚଳିତ ଥର ପ୍ରଥମ କରି ଭୋଟର୍ସଙ୍କୁ ଆକର୍ଷିତ କରିବା ପାଇଁ ହୋଇଥିବା ପର୍ଯ୍ୟାପ୍ତ ପରିମାଣର ଅର୍ଥ କାରବାରକୁ ଚାଷୀ ମହଲରେ ତୀବ୍ର ସମାଲୋଚନା କରାଯାଉଛି । ଏଭଳି ଅର୍ଥ କାରବାରକୁ ଦେଖି ନର୍ଲା ସମବାୟ ସମିତି ଅଧିନରେ ରହିଥିବା ଚାଷୀମାନେ ପ୍ରମାଦ ଗଣିଲେଣି । ବିଗତ ବର୍ଷ ମାନଙ୍କରେ ଧାନ ବିକ୍ରି ସମୟରେ ଯାହା ତ ୪ ରୁ ୬ କିଲୋ ଧାନ କଟିଂ ହେଉଥିଲା । ସମବାୟ ନିର୍ବାଚନ ରେ ଆଶାୟୀ ପ୍ରାର୍ଥୀ ମାନେ ଭୋଟ ପାଇଁ ଯେଉଁଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି ଆଗାମୀ ବର୍ଷ ଧାନ ବିକ୍ରୀ ସମୟରେ କ୍ୱିଣ୍ଟାଲ ରେ ୧୦ କିଲୋରୁ ଉର୍ଦ୍ଧ୍ବ ଧାନ କଟିଂ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି । ହେଲେ ଦେଖାଯାଉ ନର୍ଲା ସମବାୟ ସମିତିର ସଭାପତି ଭାବରେ ହାତୀ କାହା ମୁଣ୍ଡରେ କଳସ ଢାଳୁଛି ? ଅଣ ଜଳସେଚିତ ଅଞ୍ଚଳ ନର୍ଲା ର ବାରମ୍ବାର ମରୁଡିର କଷାଘାତ ସହି ମାଟି ସହିତ ମାଟି ପାଲଟୁଥିବା ଚାଷୀଙ୍କ ଦୁଃଖ ଲାଘବ ପାଇଁ ଜଣେ ଦରଦୀ ବନ୍ଧୁ ସାଜିବା ଭଳି ବ୍ୟକ୍ତି ବିଶେଷ ନର୍ଲା ସମବାୟ ସମିତିର ସଭାପତି ହୁଅନ୍ତୁ ବୋଲି ନର୍ଲା ସମବାୟ ସମିତି ଅଧିନସ୍ଥ ଚାଷୀକୂଳ ପ୍ରାର୍ଥନା କରୁଥିବା କିଛି ବରିଷ୍ଠ ଚାଷୀ ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.