ସମାଜସେବୀ ମଧୁସୂଦନ ପତିଙ୍କ ବିୟୋଗରେ ଇପିଏଫ୍ ପେନସନ ସଂଘର ଶୋକ

ଓଡ଼ିଆ ବାର୍ତ୍ତା/ କଟକ: ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି କଟକ ଜିଲ୍ଲା କମିଟିର ସଦସ୍ୟ, କଟକ ଜିଲ୍ଲା କୃଷକ ସଂଗଠନର ସମ୍ପାଦକ ତଥା କଟକ ସଦର ଅଞ୍ଚଳର ଜଣାଶୁଣା ସମାଜସେବୀ ମଧୁସୂଦନ ପତିଙ୍କ ବିୟୋଗରେ ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନ୍ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଆସୋସିଏସନର ଯୁଗ୍ମ ସମ୍ପାଦକ ବୁଲେଇ ବେହେରା ତାଙ୍କ ଶୋକବାର୍ତ୍ତାରେ ଦିବଂଗତ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ସ୍ବର୍ଗତ ପତିଙ୍କର ଅମାୟିକ ବ୍ୟବହାର, ଗରିବ ଖଟିଖିଆ ମେହନତି ମଣିଷଙ୍କର ସମସ୍ୟା ପ୍ରତି ଦରଦ ମନୋଭାବ ତଥା ନିଜ ଅଞ୍ଚଳର ସାମୁହିକ ଉନ୍ନତି ନିମନ୍ତେ ନିରନ୍ତର ଚେଷ୍ଟା ତାଙ୍କୁ ସମଗ୍ର କଟକ ସଦର ଅଞ୍ଚଳରେ ଅମର କରି ରଖିବ ବୋଲି ଶୋକ ବାର୍ତ୍ତାରେ କୁହାଯାଇଛି। ଆସୋସିଏସନର ନେତୃମଣ୍ଡଳୀଙ୍କ ମଧ୍ୟରେ ମୁଖ୍ୟ ଉପଦେଷ୍ଟା ରଞ୍ଜନ କୁମାର ଖୁଣ୍ଟିଆ, ସଭାପତି ବିଜୟ କୁମାର ଜେନା, ସାଧାରଣ ସମ୍ପାଦକ ତଥା ସର୍ବ ଭାରତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା, କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ, ଉପସଭାପତି ଅଗାଧୁ ପ୍ରଧାନ, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହି, ବିଷ୍ଣୁ ମହାନ୍ତି, (ବାଲେଶ୍ଵର), ରାଜ କିଶୋର ସ୍ବାଇ, ବିନୋଦ କୁମାର ବେହେରା, ପ୍ରମୋଦ ପଣ୍ଡା, ଜର୍ମାନ ରାୟ, ବିଷ୍ଣୁ ପଣ୍ଡା, କୃଷ୍ଣ ଚନ୍ଦ୍ର ସାହୁ (କଟକ), ବିକ୍ରମ ଛୋଟରାୟ, ସଚ୍ଚିଦାନନ୍ଦ ସାମନ୍ତରାୟ, ମାୟାଧର ମଲ୍ଲିକ, ଗୀତାଞ୍ଜଳି ପାତ୍ର, ସରୋଜ କାନ୍ତ ମଲ୍ଲିକ, (ଖୋର୍ଦ୍ଧା), ଶରତ ପାଣି, ନିରଞ୍ଜନ ପରିଡ଼ା (ଯାଜପୁର), କୃଷ୍ଣ ଚନ୍ଦ୍ର ମହାନ୍ତି (ଜଗତସିଂହପୁର), ବସନ୍ତ କୁମାର ଦାସ (କେନ୍ଦ୍ରାପଡ଼ା), ଉଦୟ ଦାସ (ଅନୁଗୁଳ), କଣ୍ଡୁରୀ ଚରଣ ସୁବୁଦ୍ଧି (ପୁରୀ), ପ୍ରଶାନ୍ତ କୁମାର ଶତପଥୀ (ଗଞ୍ଜାମ), ରମେଶ ଚନ୍ଦ୍ର ଘଡେଇ (କେଉଁଝର), କୁଞ୍ଜ ବିହାରୀ ନାୟକ (ଭଦ୍ରକ), ବୈଦନାଥ ଦାଶ (କଳାହାଣ୍ଡି), ଉମେଶ ବାବୁ (ସୁନ୍ଦରଗଡ଼), ନଳିନୀ ରଥ (କୋରାପୁଟ) ଓ ମଦନ ମୋହନ ଜେନା (ମୟୂରଭଞ୍ଜ) ପ୍ରମୁଖ ସ୍ବର୍ଗତ ପତିଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.