ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟ ସରକାରଙ୍କ ଏକ ଉତ୍ତମ ତଥା ଜନପ୍ରିୟ ଯୋଜନା ହେଉଛି ‘ଫାଇବ୍-ଟି’। ଏହି ଯୋଜନା ଅଧିନରେ ବିଦ୍ୟାଳୟ ଗୁଡିକୁ ରୁପାନ୍ତରୀଣ କରାଯାଉଛି। ଓଡିଶାର ସବୁ ଜିଲ୍ଲା ଭଳି କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଚାଲିଛି। ବର୍ତ୍ତମାନ ତୃତୀୟ ଫେଜ୍ ରେ ନର୍ଲା ବ୍ଲକର ୧୨ ଗୋଟି ବିଦ୍ୟାଳୟ ରୁପାନ୍ତରୀତ ହେଉଛି।
ସେଥି ମଧ୍ୟରୁ ନର୍ଲା ଜୋନ୍ -୨ ର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁ, ବିଘ୍ନେଶ୍ୱର ଉଚ୍ଚ ବିଦ୍ୟାଳୟ ଘଣ୍ଟମାଳ ଓ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ନିଶାଣପୁର ସାମିଲ ରହିଛି। ତେଣୁ ଉକ୍ତ ବିଦ୍ୟାଳୟ ମାନଙ୍କର ଫାଇବ୍-ଟି ରୁପାନ୍ତରୀଣ ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ଉକ୍ତ ବୈଠକରେ ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଏବିଡିଓ ଦେବେନ୍ଦ୍ର କୁମାର ସାମଲ, ଏବିଇଓ ଗୋବର୍ଦ୍ଧନ ମାଝୀ, ଏଇଇ ବାସୁଦେବ ମହାରଣା, ଜେଇ ବିଚିତ୍ରାନନ୍ଦ ନାୟକ, ସଞ୍ଜୁକ୍ତା ପାଣି,
ନିଶାଣପୁର ସରପଞ୍ଚ କୌଶଲ୍ୟା କରୁଆଁ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ସମିତି ସଭ୍ୟ ଭାସ୍କର ଭୋଇ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ସମିତି ସଭ୍ୟା ଅବନ୍ତୀ ଦଳେଇ, ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ସହକାରୀ ଶିକ୍ଷକ, ପୂର୍ବତନ ଛାତ୍ରଛାତ୍ରୀ ଓ ଅଞ୍ଚଳର ବୁଦ୍ଧିଜୀବୀମାନେ ନିଜ ନିଜ ବିଦ୍ୟାଳୟରେ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆଗାମୀ ସେପ୍ଟେମ୍ବର ୩୦ ସୁଦ୍ଧା ବିଦ୍ୟାଳୟର କାର୍ଯ୍ୟ ସମାପ୍ତ କରିବା ପାଇଁ ସଭାରେ ପ୍ରକାଶ କରାଯାଇଥିଲା। ଅନ୍ୟପକ୍ଷରେ ନର୍ଲା ଜୋନ୍ -୨ ର ବର୍ତ୍ତମାନ ସୁଦ୍ଧା ୭ଗୋଟି ବିଦ୍ୟାଳୟ ରୁପାନ୍ତରୀଣ କାର୍ଯ୍ୟରେ ସାମିଲ ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଦେଇଛନ୍ତି ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ।