ଆରମ୍ଭ ହେଲା ମାସିକ ଶ୍ରାବଣୀ ଯାତ୍ରା: ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଆରମ୍ଭ ହୋଇଛି ମାସିକ ଶ୍ରାବଣୀ ଯାତ୍ରା। ପବିତ୍ର ଗୁରୁ ପୁର୍ଣ୍ଣିମାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ। ବିଶ୍ବାସ ରହିଛି ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କ ନିକଟରେ ଜଳଲାଗି କଲେ କୋଟି ପୁଣ୍ୟ ମିଳେ। ସେଇ ବିଶ୍ବାସ ନେଇ ମାନସିକଧାରୀ ମହାଦେବଙ୍କ ନିକଟରେ ଜଳିଭିଷେକ କରନ୍ତି ଏହି ପବିତ୍ର ମାସରେ। ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ମନରେ ଅକୁଣ୍ଠ ଭକ୍ତିଭାବ ଓ ବିଶ୍ୱାସ ନେଇ ମହାଦେବଙ୍କ ନିକଟରେ ଜଳିଭିଷେକ କରିଛନ୍ତି କାଉଡ଼ିଆ। ରାଜ୍ୟର ବିଭିନ୍ନ ସ୍ଥାନଭଳି କନ୍ଧମାଳ ଜିଲ୍ଲା ବାଲିଗୁଡାରେ ମଧ୍ୟ ପ୍ରଥମ ସୋମବାରରେ ବିଭିନ୍ନ ଶୈବପୀଠରେ ମହାଦେବଙ୍କ ନିକଟରେ ଜଳଲାଗି କରିବାପାଇଁ ଶତାଧିକ କାଉଡ଼ିଆଙ୍କ ଭିଡ଼ ଲାଗିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସକାଳୁ ସକାଳୁ ବାଲିଗୁଡା ଖଡ଼ଗନଦୀ ଘାଟରେ ଶତାଧିକ କାଉଡ଼ିଆଙ୍କର ଭିଡ଼ ଜମିଥିଲା। ନହୀରୁ ବାଲି ଆଣି ତୁଠରେ ବାଲୁକା ଲିଙ୍ଗ ସ୍ଥାପନା କରି ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବାପରେ ସଙ୍କଳ୍ପ ହୋଇ ଜଳନେଇ କାଉଡ଼ିଆମାନେ ବାହାରିଥିଲେ ଶିବାଳୟ ଅଭିମୁଖେ। ଗତ ଦୁଇବର୍ଷ ଧରି ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିଲା। ଫଳରେ ସମସ୍ତ ଧର୍ମ ପୀଠ ଜନଶୂନ୍ୟ ହୋଇପଡ଼ିଥିଲା ଏବଂ ଭକ୍ତ ଶ୍ରଦ୍ଧାଳୁଙ୍କ ମନରେ ନିରାଶାଭାବ ଦେଖା ଦେଇଥିଲା। କିନ୍ତୁ ଚଳିତ ବର୍ଷ ଭଗବାନଙ୍କ କୃପାରୁ କଟକଣା କୋହଳ ହୋଇଥିବା ଯୋଗୁଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ପୂର୍ବ ବର୍ଷ ଭଳି ଚଳିତବର୍ଷ ପ୍ରଥମ ଶ୍ରାବଣ ସୋମବାରରେ ଶତାଧିକ କାଉଡ଼ିଆଙ୍କର ଭିଡ଼ ଦେଖିବାକୁ ମିଳିଛି ବାଲିଗୁଡ଼ା ଅଞ୍ଚଳର ବିଭିନ୍ନ ଶୈବପୀଠରେ। ପୂର୍ବରୁ ବାଲିଗୁଡା ଅଞ୍ଚଳରେ କମ୍ ଭକ୍ତ ଏହି ମାସିକ ଶ୍ରାବଣୀ ବ୍ରତ ପାଳୁଥିଲେ। କ୍ରମଶଃ ଭକ୍ତଙ୍କ ମନସ୍କାମନା ପୁରଣ ହେବାସହ ମନରେ ଅଗାଢ଼ ଭକ୍ତି ନେଇ ଧିରେଧିରେ କାଉଡ଼ିଆଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି ଅଞ୍ଚଳରେ। ବାଲିଗୁଡା ସମେତ ଆଖପାଖ ଅଞ୍ଚଳର ହଜାର ହଜାର କାଉଡ଼ିଆ ବାଲିଗୁଡା ଖଡ଼ଗନଦୀ ଘାଟରେ ଏକାଠି ହୋଇ ଘାଟରୁ ଜଳନେଇ ମହାଦେବଙ୍କ ନିକଟରେ ଜଳଲାଗି କରିବାପାଇଁ ବାହାରିଥାନ୍ତି। ପ୍ରଥମ ସୋମବାରରୁ ବାଲିଗୁଡାରେ କାଉଡ଼ିଆଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.