ବିଜୁ ଯୁବ-ଛାତ୍ର ଜନତା ଦଳ ତରଫରୁ କେସିଙ୍ଗା ଓ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକର ସିର୍ଜାପାଲି, ହାତୀଖୋଜ ଏବଂ କର୍ଲାମୁଣ୍ଡା ବ୍ଳକର ସର୍ଗୁଲ ମାଲପଡା ଠାରେ ବିଜୁ ଯୁବ-ଛାତ୍ର ଜନତା ଦଳ ତରଫରୁ ବୃକ୍ଷରୋପଣ କରାଯାଇଛି। ଏହାସହ ବେଲଖଣ୍ଡି ଶୈବ ପୀଠ ପ୍ରାଙ୍ଗଣରେ ଆଗାମୀ ଦିନ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବିଜେଡି ଉପ ସଭାପତି ମଣ୍ଟୁ ନାଏକ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ କୁମାର ସାହୁ, କର୍ଲାମୁଣ୍ଡା ବ୍ଳକ ବିଜେଡି ସଭାପତି ସୁର ସାହୁ, ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳୀ ସାହୁ, ଯୁବ ନେତା ଚିନ୍ମୟ ମିଶ୍ର, ସଂଗୀତ ଭୋଇ, ଲୋକେସ ସାହୁ, ସୁଭେନ୍ଦୁ ସାହୁ, ବିଶ୍ବ ଦୀପକ ପାତ୍ର, ଆର୍ତ ସିଂ, ଛାତ୍ର ବ୍ଳକ ସଭାପତି ସଲିମ ଶେଖର ରଣା, ପିଣ୍ଟୁ ରଣା, ଦେବେନ୍ଦ୍ର ପ୍ରସାଦ କୁମାର, ଅନିଲ ଦାସ, ସୋନୁ ରଣା, ଲାଲବାହାଦୂର ନାଏକ, ମାନସ ନାଏକ ପ୍ରମୁଖ ଯୋଗଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.