ଭୁବନେଶ୍ୱର ଇଡି ଅଫିସ ଘେରାଉ କଲା କଂଗ୍ରେସ ଦଳ

କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ଶତାଧିକ କର୍ମୀ ସାମିଲ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ଭୁବନେଶ୍ୱର ଇଡି ଅଫିସ ଘେରାଉ କରିଛି ପ୍ରଦେଶ କଂଗ୍ରେସ । ବିଜେପି ସରକାର ଦେଶର ସାମ୍ବିଧାନିକ ସଂସ୍ଥା ଇଡିକୁ ନିଜର ଦଳର ଏଜେଣ୍ଡା ଭାବେ କାମ କରି କଂଗ୍ରେସ ଦଳକୁ ବଦନାମ କରୁଛି । ଇଡି ଜରିଆରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ହଇରାଣ କରାଯାଉଥିଉଛି । ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ଇଡ଼ି ଅଫିସକୁ ଡକାଇ ଜେରା କରୁଥିବା ବେଳେ ଆଜି ସୋନିଆ ଗାନ୍ଧୀଙ୍କୁ ନୂଆଦିଲ୍ଲୀ ଇଡି ଅଫିସକୁ ଡକାଇ ଜେରା କରୁଛି । ଯାହାକୁ ନେଇ ଆଜି ସାରା ଭାରତରେ କଂଗ୍ରେସ ଦଳ ଆନ୍ଦୋଳନ କରୁଥିବା ବେଳେ ଆଜି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ସାମିଲ ହୋଇ ଭୁବନେଶ୍ୱର ଇଡି ଅଫିସ ଘେରାଉ କରିଛନ୍ତି । ଏହି ଘେରାଉ କାର୍ଯ୍ୟକ୍ରମରେ ଓଡିଶା ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଂଜନ ଲେଙ୍କାଙ୍କ ଆହ୍ୱାନରେ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ନେୃତ୍ୱରେ ଜିଲ୍ଲାର ଶତାଧିକ ଯୁବ କଂଗ୍ରେସ ମଧ୍ୟ ସାମିଲ ହୋଇଛି । ଏଥିରେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଓ, ଟୁନା ମହାପାତ୍ର, ଶେଷ ମାଝୀ, ଅନୀଲ ମଲ୍ଲିକ ମଧ୍ୟ ସାମିଲ ଅଛନ୍ତି ଏହି ଘେରାଉ କାର୍ଯ୍ୟକ୍ରମରେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.