ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ କଳାହାଣ୍ଡି କୃଷି ମହାବିଦ୍ୟାଳୟରେ ଯୁବ ପ୍ରେରଣା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ମହାବିଦ୍ୟାଳୟର ଡିନ ପ୍ରଫେସର ସପନ କୁମାର ତ୍ରିପାଠୀ ଆନୁଷ୍ଠାନିକ ଭାବେ କର୍ମଶାଳାର ଶୁଭ ଉଦଘାଟନ କରିଥିଲେ। ପ୍ରଫେସର ଏଲ କେ ଦାସ ସ୍ଵାଗତ ଭାଷଣ ପ୍ରଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଆଦର୍ଶ ମାର୍ଗରେ ପରିଚାଳିତ ହେବାକୁ ପ୍ରେରଣା ଦେଇଥିଲେ।
ମୃତ୍ୟୁଞ୍ଜୟ ଦାସ କାର୍ଯ୍ୟକ୍ରମର ରୂପରେଖ ସମ୍ବନ୍ଧରେ ମାର୍ଗଦର୍ଶନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଲୋକପ୍ରିୟ ବକ୍ତା ସଂଗ୍ରାମ କେଶରୀ ସାମନ୍ତରାୟ ଛାତ୍ର ଏବଂ ଯୁବକ ମାନଙ୍କୁ ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ ହେବା ପାଇଁ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାସହ ତଥ୍ୟ ସହିତ ବିଜ୍ଞାନର ନୂତନ ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରିଥିଲେ ଶ୍ରୀ ସାମନ୍ତରାୟ।
ଅନୁଷ୍ଠାନର ଡ. ବି ସିହ୍ନା, ଡ. ସିମଲି ଦାସ, ଡ. ଏସ କେ ନାୟକ, ଡ. ଆର୍ କେ ରାଉତ, ଡ. ୟୁ କେ ବେହେରା, ଡ. ତେଜସ୍ଵୀନୀ ମାଝୀ, ଡ. ବି ପି ଗନ୍ତାୟତ, ଇଂ ସ୍ମୃତି ହାଁସଦା, ଡ. ରଶ୍ମିତା ଟପୋ, ଡ. ରାଜୀବ ଲୋଚନ ମହାରଣା, ଡ. ସୁଜନି ବେହେରା, କମଳ ରଞ୍ଜନ ମହାନ୍ତି, ରମେଶ ଚନ୍ଦ୍ର ପାଢି, ପର୍ଶୁରାମ ଦାସ, ଅନିଲ କୁମାର ପଟ୍ଟନାୟକ, କାହ୍ନୁ ଚରଣ ସୋରେନ, ବାପି ସାହୁ, ସୀତାମଣି ହାଁସଦା, ରୁକ୍ମିଣୀ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଏହି ଅବସରରେ ଅନୁଷ୍ଠାନର ଡିନ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିବା ଅବକାଶରେ ଶିକ୍ଷା ସହିତ ପ୍ରେରଣା ଦାୟୀ ବକ୍ତବ୍ୟ କର୍ଯ୍ୟକ୍ରମ ଅନୁଷ୍ଠାନରେ ନିୟମିତ ବ୍ୟବଧାନରେ କରିବାର ପ୍ରତିଶୃତି ଦେଇଥିଲେ ଡିନ ପ୍ରଫେସର ଏସ କେ ତ୍ରିପାଠୀ। ଏହି କର୍ମଶାଳାରେ କଳାହାଣ୍ଡି କୃଷି ମହାବିଦ୍ୟାଳୟର ପ୍ରଥମ ବର୍ଷ, ଦ୍ଵିତୀୟ ବର୍ଷ ଏବଂ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।