ପଛୁଆ ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେବାପଇଁ ରାଜ୍ୟପାଳଙ୍କୁ ଦାବୀପତ୍ର

କଳାହାଣ୍ଡି/ ଓଡିଆ ବାର୍ତ୍ତା (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ବିଜେପି ପଛୁଆ ବର୍ଗ ମୋର୍ଚ୍ଚା ତରଫରୁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ ନାଏକଙ୍କ ନେତୃତ୍ୱରେ ଜିଲ୍ଲା ସାଧାରଣ ସମ୍ପାଦକ ବଂଶୀପାଣି ସାହା, ଅଜୟ କୁମାର ସେନାପତି, ନୀରୁପମା ନାଏକ, ମନୋଜ ଛତ୍ରୀଆ, ଚିତ୍ତରଞ୍ଜନ ପାତ୍ର, ନରେଶ ସାହୁ, ମନୋଜ କୁମାର ଗଉଡଙ୍କ ସମେତ ଅନେକ ବିଜେପି କର୍ମୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ସାମ୍ବିଧାନିକ ବିଧି ବ୍ୟବସ୍ଥା ଆଧାରରେ ସମଗ୍ର ଦେଶରେ ଓବିସି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ନାମଲେଖା ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଗୁଡିକର ୨୭% ସଂରକ୍ଷଣ ପ୍ରାବଧାନ କରି ତାହା କାର୍ଯ୍ୟକାରୀ କରାଇଛନ୍ତି। ଏପରିକି ମେଡିକାଲ, ଡେଣ୍ଟାଲ, ସୈନିକ ସ୍କୁଲ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକରେ ମଧ୍ୟ ଏହି ସୁବିଧା ଦିଆଯାଉଛି। ଦେଶର ଅଧିକାଂଶ ରାଜ୍ୟର ଆନୁପାତିକ ଭିତ୍ତିରେ ପଛୁଆ ବର୍ଗ ପିଲାଙ୍କ ନାମଲେଖା କ୍ଷେତ୍ରରେ ସଂରକ୍ଷଣ ଯୋଗାଇ ଦିଆଯାଉଛି। କିନ୍ତୁ ଓଡିଶା ସରକାଙ୍କ ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଗୁଡିକରେ ଏହି ସୁବିଧା ଦିଆଯାଇ ବିଭିନ୍ନ ଜାତିବର୍ଗ ତରଫରୁ ବାରମ୍ବାର ରାଜ୍ୟ ସରକାର ଏବଂ ରାଜ୍ୟ ଓବିସି କମିଶନଙ୍କୁ ଜଣାଇଲା ପରେ ବି ଆମ ରାଜ୍ୟରେ ଏପର୍ଯ୍ୟନ୍ତ କୌଣସୀ ନିଷ୍ପତି ଗ୍ରହଣ କରାଯାଇନାହିଁ। ଏଣୁ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ବିଚାର କରି ପଛୁଆ ବର୍ଗର ଛାତ୍ରଛାତ୍ରୀ ମାନଙ୍କ ଉନ୍ନତି କଳ୍ପେ ସେମାନଙ୍କ ନାମଲେଖା ସଂରକ୍ଷଣକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାପଇଁ ମହାମହିମ ରାଜ୍ୟପାଳଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.