ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ପକ୍ଷରୁ ଆଜି ନର୍ଲା ବ୍ଲକ ସରିଆଁ ସ୍ଥିତ ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନ ପରିସରରେ ଯୁବ ଅନୁଷ୍ଠାନ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର ଓ ଲେଖାପାଳ ଦ୍ୱିତୀୟା ବନଛୋରଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଦୁର୍ବାଦଳ ଭୋଇ, ସମ୍ପାଦକ ମିଲନ କୁମାର ଭୋଇ, ଉପସଭାପତି ସୁକଦେବ ସାହୁ, ପୂର୍ବତନ ସଭାପତି ସ୍ଵାଧୀନ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହି ଯୁବ ଅନୁଷ୍ଠାନ ବିକାଶ କାର୍ଯ୍ୟକ୍ରମ ବିଷୟରେ ଅନୁଷ୍ଠାନର ସଦସ୍ୟ ମନଙ୍କ ସହିତ ଆଲୋଚନା କରିଥିଲେ। ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ନର୍ଲା ବ୍ଲକର ଜାତୀୟ ଯୁବ ସ୍ବେଚ୍ଛାସେବୀ ସୁଶୀଲ କୁମାର ପ୍ରଧାନ ଓ ନବୀନ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସଂଯୋଜକ ପ୍ରତ୍ୟୁଷ କୁମାର ଭୋଇ, ସଦସ୍ୟ ସୌରଭ କୁମାର ଭୋଇ, ସୁନନ୍ଦ ଭୋଇ, ସାହିଲ ଭୋଇ, ଭକ୍ତ ବିଶ୍ୱାଳ ତଥା ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।