ବିପଦ ସଂକୁଳ ଅବସ୍ଥାରେ ୧୫ରୁ ଉର୍ଦ୍ଧ୍ବ ବିଦ୍ୟୁତ ଟ୍ରାନ୍ସଫର୍ମର, ସୁରକ୍ଷା ବାଡ଼ ନିର୍ମାଣ ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା, ମ.ରାମପୁର, କର୍ଲାମୁଣ୍ଡା ଓ ଲାଞ୍ଜିଗଡ ଆଦି ୪ଟି ବ୍ଲକକୁ ବିଦ୍ୟୁତ ଯୋଗାଉଛି ନର୍ଲା ଗ୍ରୀଡ ଷ୍ଟେସନ । ଏତେବଡ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ କରୁଥିବାରୁ ଅନେକ ସମସ୍ୟା ରହୁଛି । ଏଥିପାଇଁ  ଅନେକ ସମୟରେ ବିଦ୍ୟୁତ ବିଭ୍ରାଟ ଘଟୁଥିବା ଦେଖିବାକୁ ମିଳୁଛି । ଏହାବାଦ ନର୍ଲା ବ୍ଲକ ଅଞ୍ଚଳରେ ରହିଥିବା ଟ୍ରାନ୍ସଫର୍ମର ଗୁଡିକ ମଧ୍ୟରୁ ୧୫ରୁ ଉର୍ଦ୍ଧ୍ବ ଟ୍ରାନ୍ସଫର୍ମର ବିପଦ ସଂକୁଳ ଅବସ୍ଥାରେ ରହିଥିବା ଜଣାପଡିଛି । ଏସବୁ ଜନବସତି ମଧ୍ୟରେ ରହିଥିବା ବେଳେ ଏଥିରେ ସୁରକ୍ଷା ବାଡ ନାହିଁ । ତାର ଗୁଡିକ ବିକ୍ଷିପ୍ତ ହୋଇ ପଡିଛି । ଏହାବାଦ୍ ଟ୍ରାନ୍ସଫର୍ମର ଓ ଏହାକୁ ଧରି ରଖିଥିବା ଲୁହା ଖମ୍ବ ଗୁଡିକରେ ଜଂଗଲି ଲତା ଗୁଡିକ ମାଡିଯାଇଥିବା ଦେଖିବାକୁ ମିଳୁଛି । ଅନେକ ସମୟରେ ଏଥିପାଇଁ ମଧ୍ୟ ବିଦ୍ୟୁତ ବିଭ୍ରାଟ ଘଟୁଥିବା ଜଣାପଡିଛି । ଅନେକ ଗ୍ରାମର ଆରମ୍ଭ ଓ ଶେଷ ମୁଣ୍ଡ ତଥା ବସ୍ତି ମଝିରେ ଟ୍ରାନ୍ସଫରମର ଗୁଡିକ ରହିଛି । ଚିରାଚରିତ ଭାବରେ ଟ୍ରାନସଫରମର ଗୁଡିକ ନିକଟରେ ଗାଇ ଜଗୁଆଳ ପିଲାମାନେ ଗାଇ ଚରାଉଥିବା ଦେଖାଯାଉଛି । ବିପଦ ସଂକୁଳ ଅବସ୍ଥାରେ ରହିଥିବା ଏହିସବୁ ଟ୍ରାନ୍ସଫରମର ଗୁଡିକର ଅତି ନିକଟରେ ଛୋଟ ଛୋଟ ସ୍କୁଲ ପିଲାମାନେ ମଧ୍ୟ ଖେଳୁ ଥିବାର ଦୃଶ୍ୟମାନ ହେଉଛି । ଏହି ବିପଦ ସଂକୁଳ ଅବସ୍ଥାରେ ଥିବା ଟ୍ରାନ୍ସଫର୍ମର ଗୁଡିକ ପ୍ରତି ବିଭାଗ ତରଫରୁ ଦୃଷ୍ଟି ଦେଇ ସେଥିରେ ସୁରକ୍ଷା ବାଡର ବ୍ୟବସ୍ଥା କରିବା, ଟ୍ରାନ୍ସଫରମର ଗୁଡିକରେ ଗୁଡେଇ ହୋଇଥିବା ଲତା, ଗାସ ବୁଦା ସବୁ ସଫା କରି ବିପଦ ମୁକ୍ତ କରିବାକୁ ସାଧାରଣରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.