କଳାହାଣ୍ଡି ଜିଲ୍ଲାପାଳଙ୍କ ଗୋଲାମୁଣ୍ଡା ବ୍ଲକ ଗସ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଶା ରେଡ୍ଡୀ ଆଜି ଦିନିକିଆ ଗୋଲାମୁଣ୍ଡା ବ୍ଲକ ଗସ୍ତ କରିଛନ୍ତି । ସେ ପ୍ରଥମେ ଗୋଲାମୁଣ୍ଡା ବ୍ଲକରେ ପହଞ୍ଚି ସମସ୍ତ ବିଭାଗର ପଦାଧିକାରିଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ କରିଥିଲେ । ବୈଠକ ପରେ ଗୋଲାମୁଣ୍ଡା ଫାଇବ୍-ଟି ଉଚ୍ଚ ବିଦ୍ୟାଳୟ, ଗୋଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ତହସିଲ କାର୍ଯ୍ୟାଳୟ, ଉଦେଶୃଙ୍ଗ ଗ୍ରାମର ନୁମୁହି ମୋଡେଲ ଟ୍ୟାଙ୍କ, ଚପ୍ରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, କେଗାଁ ଗ୍ରାମ ପଂଚାୟତର ସାନଚେରଗାଁଠାରେ ମନରେଗା ଯୋଜନାରେ ନିର୍ମାଣ ହୋଇଥିବା ଦାସପଡା ଠାରୁ ସିର୍ଲିଭାଡି ରାସ୍ତା, କୃଷ୍ଣ ନାଗଙ୍କ ପନିପରିବା ଫାର୍ମ, ଫାଇବ୍-ଟି ଯୋଜନାରେ ରୂପାନ୍ତରିତ ହେବାକୁଥିବା କେଗାଁ ଆଂଚଳିକ ଉଚ୍ଚ ବିଦ୍ୟାଳୟ, କେଗାଁ ମହାଶକ୍ତି ଏସଏଚଜି ଗୃପର କୁକୁଡା ଫାର୍ମ, ନୁଆଗାଁ ଗ୍ରାମ ପଂଚାୟତର ପଦ୍ମପୁର, ରାମଚନ୍ଦ୍ରପୁର ଓ ବାଗଦୋରିଠାରେ ଥିବା ଏସଏଚଜି ଗୃପ ଦ୍ୱାରା ହୋଇଥିବା ବିଭିନ୍ନ କୁଟିରଶିଳ୍ପ, ଚହକା ଫାଇବ୍-ଟି ସ୍କୁଲ ତଥା ଚହକା, ସିଆଲଯୋଡି, ଧଅଁରାମାଲ ଗ୍ରାମଠାରେ ଏସଏଚଜି ଗୃପ ଦ୍ୱାରା ହୋଇଥିବା ବିଭିନ୍ନ କୁଟିରଶିଳ୍ପ ବୁଲି ଦେଖିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉକ୍ତ ଗସ୍ତ ସମୟରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ତହସିଲଦାର ସର୍ବେଶ୍ୱର ଜାଲ, ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ, ବ୍ଲକ ଶିକ୍ଷା ଅଧିକାରୀ ନବକିଶୋର ସାହୁ, ସହକାରୀ ନିର୍ବାହିଯନ୍ତ୍ରୀ ପର୍ଶୁରାମ ନାୟକ, କନିଷ୍ଠ ଯନ୍ତ୍ରୀ ଚିତ୍ତରଂଜନ ଜେନା, ରବିନ୍ଦ୍ରନାଥ ପଟ୍ଟନାୟକ, ନିକୁଞ୍ଜବିହାରି ନାୟକ, ଗୁରୁଭାପୁର୍ତ୍ତି, ବିପିଏମ ସୁଧାଶୁଂ ବିଶ୍ୱାଳ, ଏପିଓ ଗୋପାଳ ମାଝୀ ତଥା ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.