ଅଜଣା ଗାଡି ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଫଟାମୁଣ୍ଡା ଖେଳ ପଡିଆ ନିକଟରେ ଏକ ଅଜଣା ଅଟୋ ଗାଡି ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ହୋଇ ଭବାନିପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଜଣକ ଦଶପୁର ଫାଣ୍ଡି ଅନ୍ତର୍ଗତ କୁମ୍ଭାରି ଗ୍ରାମର ଧୁବଲେ ଗୋପାଳ ବୋଲି ଜଣାପଡିଛି । ଶ୍ରୀ ଗୋପାଳ ତାଙ୍କ ଶ୍ୱଶୁର ଘର ବଡଚେରଗାଁରୁ ଗତକାଲି ଅପରାହ୍ନ ସମୟରେ ବାଇକରେ ନିଜ ଗାଁକୁ ଫେରୁଥିବା ସମୟରେ ଫଟାମୁଣ୍ଡା ଖେଳ ପଡିଆ ନିକଟରେ ସାମ୍ନା ପଟୁ ଏକ ଅଜଣା ଅଟୋ ଗାଡି ଧକ୍କା ଦେଇଥିଲା । ଅଟୋ ସହିତ ଧକ୍କା ହେବା ଫଳରେ ସେ ଛିଟିକି ପଡିଥିବା ବେଳେ ତାଙ୍କ ଡାହାଣ ଗୋଡ ସଂପୂର୍ଣ୍ଣ ଭାଙ୍ଗି ଯାଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତାଙ୍କ ଶ୍ୱଶୁର ଘର ଲୋକଙ୍କୁ ଫୋନ କରିଥିଲେ । ଘଟଣାସ୍ଥଳକୁ ତାଙ୍କ ଶ୍ୱଶୁର ଘର ଲୋକେ ପହଞ୍ଚି ତାଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଚାଲିଥିବା ସମୟରେ ଗତକାଲି ମଧ୍ୟ ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅପରପକ୍ଷରେ ଦୁର୍ଘଟଣା ଘଟାଇ ଅଟୋ ଗାଡିଟି ଫେରାର ମାରିଥିବାରୁ ପୋଲିସ ଏହାର ତଦନ୍ତ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି । କେଗାଁ ପୋଲିସ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚି ଶବ ବ୍ୟବଚ୍ଛେଦ ପରେ ଶବ ପରିବାରକୁ ହସ୍ତାନ୍ତର କରିଛି । ଅପରପକ୍ଷରେ ଦୁର୍ଘଟଣା ଘଟଣାଇଥିବା ଅଟୋ ଗାଡିର ସନ୍ଧାନ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେଗାଁ ଥାନାଧିକାରୀ ପ୍ରଶାନ୍ତ କୁମାର କୋଲାହାସର ସୂଚନା ଦେଇଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.