ନର୍ଲା ବିଜେପିର ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଏବେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । କେନ୍ଦ୍ର ସରକାରଙ୍କ ଘୋଷଣା କ୍ରମେ ସମସ୍ତ ରାଜ୍ୟବାସୀ ଏହି ରାଷ୍ଟ୍ରୀୟ ଉତ୍ସବକୁ ଧୁମ ଧାମର ସହ ପାଳନ କରୁଥିବା ବେଳେ ଅଗଷ୍ଟ ୧୩ ରୁ ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ଯାଏଁ ଘରେ ଘରେ ତିନିଦିନ ଧରି ତ୍ରିରଙ୍ଗା ପତାକା ଉଡିବା ନେଇ ସରକାର ଘୋଷଣା କରିଛନ୍ତି । ଏଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଗତ ଜୁଲାଇ ମାସରୁ ସମସ୍ତ ପୋଷ୍ଟ ଅଫିସ ଓ ବ୍ୟାଙ୍କ ମାନଙ୍କୁ ଜାତୀୟ ପତାକା ପ୍ରଦାନ କରାଯାଇଥିଲା । ରିହାତି ମୂଲ୍ୟରେ ଜନସାଧାରଣଙ୍କୁ ଏହା ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲାରେ ଗତ କାଲିଠାରୁ ପ୍ରବଳ ବର୍ଷା ସତ୍ୱେ ନର୍ଲା ବିଜେପି ତରଫରୁ କର୍ମୀ ମାନେ ଘର ଘର ବୁଲି ଜାତୀୟ ପତାକା ଲଗାଉଥିବା ଦେଖିବାକୁ ମିଳୁଛି । କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକଙ୍କ ନେତୃତ୍ୱରେ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ବରିଷ୍ଠ ସଦସ୍ୟ ଅଜୟ ପଣ୍ଡା, ମନ୍ମୟ ଚାନ୍ଦ (ଜିତୁ), କିଶୋର ଚନ୍ଦ୍ର ନାଏକ, ପ୍ରଦୀପ ପଧାନ, ଲକ୍ଷ୍ମଣ ଦୀପ, ସରୋଜ ବୁଦ୍ଧିଆ, ବିଷ୍ଣୁ ବଡ଼ପଣ୍ଡା ପ୍ରମୁଖଙ୍କ ସମେତ ଅନେକ ଦଳୀୟ କର୍ମୀ ହାତରେ ତ୍ରିରଙ୍ଗା ପତାକା ଧରି ପ୍ରତି ଘରକୁ ଘର ଯାଇ ଭାରତ ମାତକି ଜୟ, ବନ୍ଦେ ମତରଂ ପ୍ରଭୃତି ସ୍ଲୋଗାନ ଦେଇ ସ୍ୱାଧୀନତାର ଅମୃତ ମହୋତ୍ସବ କଥା କହି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୁଭେଚ୍ଛା ଓ ସନ୍ଦେଶ ଜଣାଇ ନର୍ଲା ଅଞ୍ଚଳର ପ୍ରତିଘରେ ତ୍ରିରଙ୍ଗା ଲଗେଇବା ପାଇଁ ଆଗ୍ରହ କରୁଥିବା ଓ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିରେ ଅମୃତ ମହୋତ୍ସବ ବିଷୟରେ ଜନସଚେତନତା ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି । ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ନର୍ଲା ବିଜେପି କର୍ମୀଙ୍କ ଏଭଳି ରାଷ୍ଟ୍ରୀୟ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଉଥିବା ଦେଖିବାକୁ ମିଳୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.