ଶିକ୍ଷକ ଅବିଭାବକ ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଶିକ୍ଷାର ଅଗ୍ରଗତି ପାଇଁ ତିନୋଟି ସ୍ତମ୍ଭର ସହାଭାଗିତା ନିତାନ୍ତ ଅପରିହାର୍ଯ୍ୟ, ଛାତ୍ର, ଶିକ୍ଷକ ଓ ଅଭିଭାବକ ପରସ୍ପର ମଧ୍ୟରେ ଆଲୋଚନା ଓ ପର୍ଯ୍ୟବେକ୍ଷଣ ମାଧ୍ୟ୍ୟମରେ ଜଣେ ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷିତ ହୋଇ ପାରିବ ଏହା ତିଳେ ମାତ୍ର ସନ୍ଦେହ ନାହିଁ । ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ କେବଳ ଯେ ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସୀମିତ ନ ରଖି ଅବିଭାବକଙ୍କ ପର୍ଯ୍ୟବେକ୍ଷଣ ନିହାତି ଜରୁରୀ ଅଟେ । ଏହାକୁ ସଫଳ କରିବାକୁ ଯାଇ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଓ ଅବିଭାବକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶିକ୍ଷକମାନେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଠନ ଓ ଶିକ୍ଷାନୁଷ୍ଠାନ ପାଇଁ ନିଜ କର୍ତ୍ତବ୍ୟ ଉପରେ ଅବିଭାବକ ମାନଙ୍କୁ ଉତ୍ତରଦାୟୀ ଭାବରେ ଉପସ୍ଥାପନା କରିଥିଲେ । ଅତୀତ ଓ ବର୍ତମାନର ଶିକ୍ଷାଦାନ ଉପରେ ସମ୍ୟକ ଉଦାହରଣ ଦେଇ ବର୍ତମାନର ଶିକ୍ଷା ପ୍ରଣାଳୀ ଛାତ୍ର ଛାତ୍ରୀଙ୍କୁ ବହୁ ଆକୃଷ୍ଟ କରି ସହଜ ଓ ଉନ୍ନତ ମାନର ଶିକ୍ଷା ସହ ଜୀବନ ଧାରଣର ମାନବୃଦ୍ଧି ଉପରେ ସହାୟକ ହେଉଥିବା କଥା ଉପସ୍ଥାପନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଫାଇବ ଟି ରୂପାନ୍ତରୀଣ ସ୍କୁଲ ମାନଙ୍କରେ ଇ ଲାଇବ୍ରେରୀ, ବିଜ୍ଞାନ ଉପକରଣ, କମ୍ପୁଟର ଶିକ୍ଷା, ଓ ଡିଜିଟାଲ ମାଧ୍ୟମରେ ଛାତ୍ର ଛାତ୍ରୀମାନେ ଶିକ୍ଷା ପ୍ରାପ୍ତ କରୁଥିବା ଉପରେ ଅବଗତ କରେଇଥିଲେ । ଏହି କ୍ରମରେ ଆଜି ଇନ୍ଦ୍ରାବତୀ ହାଇସ୍କୁଲ ଡଙ୍ଗରୀଗୁଡାର ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପଣ୍ଡା, କୋକସରା ଜବାହର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା, ଆମପାଣି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗଙ୍କ ଅଧ୍ୟକ୍ଷତାରେ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଠନ ଦିଗରେ ଶିକ୍ଷକଙ୍କ କର୍ତବ୍ୟ ଅବଦାନ ବିଷୟରେ ଅଭିଭାବକଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସମସ୍ୟାର ସମାଧାନ ଦିଗରେ ମତାମତ ପ୍ରକାଶ ପାଇଁ ମନ୍ତବ୍ୟ ମାଗିଥିଲେ । ଛାତ୍ର ଛାତ୍ରୀଙ୍କ ସ୍କୁଲ ଆସିବା ଠାରୁ ଛୁଟି ହେବା ପର୍ଯ୍ୟନ୍ତ, ସ୍କୁଲ ପରିସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ସମୟ, ଫାଇବ ଟି ରୂପାନ୍ତରୀଣ ସ୍କୁଲର ରକ୍ଷଣା ବେକ୍ଷଣ ଉପରେ ଶିକ୍ଷକ ମାନେ ତାଙ୍କ ଦାୟିତ୍ୱ ଉପରେ ଅବିଭାବକ ମାନଙ୍କୁ ଅବଗତ କରେଇ ଅବିଭାବକଙ୍କ କର୍ତ୍ତବ୍ୟ ଉପରେ ମଧ୍ୟ ଆଲୋକପାତ କରିଥିଲେ । ନିଜ ନିଜ ସ୍କୁଲ ରେ ଅନେକ ସହ ଶିକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶିକ୍ଷକ ଅବିଭାବକ ସଭାରେ ସହଯୋଗ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.