ଗୋଲାମୁଣ୍ଡାଠାରେ ଯୁବ କଂଗ୍ରେସର ପ୍ରେସ୍ ମିଟ୍
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆସନ୍ତାକାଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ । ମୋଦୀ ସରକାର ନିର୍ବାଚନ ପୂର୍ବରୁ ବର୍ଷକୁ ୨ କୋଟି ରୋଜଗାର ଯୋଗାଇ ଦେବ ବୋଲି ନିଜର ନିର୍ବାଚନୀ ଇସ୍ତାହାର ମାଧ୍ୟମରେ ପ୍ରତିଶ୍ରୁତି ଦେଇଥିଲେ । ତେବେ ଏହି ପ୍ରତିଶ୍ରୁତି ପୁରଣ କରିବାରେ ମୋଦୀ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଓ ଧିରେ ଧିରେ ବେରୋଜଗାର ବଢିଚାଲିଛି । ଏଣୁ ଆସନ୍ତାକାଲି ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସକୁ ଯୁବ କଂଗ୍ରେସ ସାରା ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବେରୋଜଗାର ଦିବସ ଭାବେ ପାଳନ କରି ପକୁଡି ଛାଣି, ଲୋକଙ୍କ ଜୋତା ପଲିସ କରି ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ଏହି ପ୍ରେସ ମିଟ ଜରିଆରେ ସୂଚନା ଦେଇଛନ୍ତି । ସମସ୍ତ ବେକାର ଯୁବକ ଯୁବତୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମଧ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ମଙ୍ଗରାଜ ଆହ୍ବାନ ହେଇଛନ୍ତି । ଏହି ପ୍ରେସ ମିଟରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଅନିଲ ମଲ୍ଲିକ ଓ ଯୁବ କଂଗ୍ରେସ କର୍ମୀ ଦେବରାଜ ଭାଟି ଉପସ୍ଥିତ ଥିଲେ ।