ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଗଣନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆଜି ଏକ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସମାରୋହରେ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକ ଭାବେ ଯୋଗ ଦେଇଥିବା ପ୍ରଦୀପ କୁମାର ନେଗିଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରଦୀପ କୁମାର ନେଗି ପଦୋନ୍ନତି ପାଇ ଗଣନାଥପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରିଛନ୍ତି । ସେ ଜଣେ ଦକ୍ଷ, କର୍ମଠ ଓ କର୍ତ୍ତବ୍ୟପରାୟଣ ବିଜ୍ଞାନ ଶିକ୍ଷକ ଭାବରେ ସମଗ୍ର କଳାହାଣ୍ଡି ଜିଲ୍ଲାରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିପାରିଛନ୍ତି । ଏହି ଉତ୍ସବରେ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର କେତେକ ଶିକ୍ଷକ, ଅବସରପ୍ରାପ୍ତ ପୂର୍ବତନ କଳାହାଣ୍ଡି ଜିଲ୍ଲା ଓଷ୍ଟା ସାମ୍ପଦକ ଆଶୁତୋଷ ମିଶ୍ର, ବରିଷ୍ଠ ଶିକ୍ଷକ ମଙ୍ଗଲୁ ପ୍ରଧାନ, ମୁରଲୀ ଦୀପ, ରୋସନଲାଲ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଗଣନାଥପୁର ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସାନ୍ତାନୁ ପଟ୍ଟନାୟକ, ଅଶୋକ ସା, ରୀନା ମହାପାତ୍ର, ସୁଜାତା ଯୋଶୀ, ନିରୂପମା ମହାନ୍ତି, ନମିତା ସ୍ୱାଇଁ, ଅମିତ ଜେନା, ମନୋଜ ମହାଖୁଡ଼, ମଧୁସ୍ମିତା ଧଙ୍ଗଡାମାଝୀ, ରାଜେଶ୍ୱରୀ ବେହେରା, ଚିନ୍ମୟୀ ପଣ୍ଡା, ବାପାଙ୍ଗି ପ୍ରଧାନ, କୁନା ବିଶ୍ୱାଳ, ଗରିଲା ଦୁଷ୍ମନ୍ତ, ଲିଟୁ ପ୍ରଧାନ, ଚିତ୍ତରଞ୍ଜନ ବାରିକ, ମଳୟ କରୁଆ, ଶେଷଦେବ ମହାଖୁଡ଼, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ ବାରିକ, କମିଟିର ସଭ୍ୟ ତଥା ଅବସର ପ୍ରାପ୍ତ ଶିକ୍ଷକ ଲୋକନାଥ ମହାଖୁଡ଼ ଓ ବିଦ୍ୟାଳୟକୁ ଜମିଦାନ କରିଥିବା ମହାନ ବ୍ୟକ୍ତି ସୁରେନ୍ଦ୍ର ମହାଖୁଡ଼ ଏଥିରେ ସାମିଲ ହୋଇଥିଲେ । ଶିକ୍ଷକ ମନୋଜ ମହାଖୁଡ଼ ମଂଚ ପରିଚାଳନା କରିଥିବାବେଳେ ପରିଶେଷରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।