ବିପଦ ସଂକୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ଅଧିନସ୍ତ ଲାଖବାହାଳି ଗ୍ରାମପଞ୍ଚାୟତ ଥୁଆଙ୍ଗପଦର ଗ୍ରାମର ବିଦ୍ୟୁତ ଟ୍ରାନ୍ସଫର୍ମର ଦୀର୍ଘ ବର୍ଷ ହେବ ବିପଦ ସଂକୁଳ ଅବସ୍ଥାରେ ପଡିରହିଛି ।ଟ୍ରାନ୍ସଫର୍ମର ସ୍ଥାପନ ହୋଇ ହାରାହାରି ୭ ବର୍ଷ ବିତିଗଲାଣି ହେଲେ ଏବେ ଯାଏଁ ଲାଗିନି ଟ୍ରାନ୍ସଫର୍ମରର ସୁରକ୍ଷା ବାଡ଼ ଓ ସଟସର୍କିଟ ବକ୍ସ ଯାହା ବିପଦକୁ ଆମନ୍ତ୍ରଣ କରୁଛି । ପ୍ରତ୍ୟକ ଟ୍ରାନ୍ସଫର୍ମରରେ ସୁରକ୍ଷା ବାଡ ଓ ସଟସର୍କିଟ ବକ୍ସ ଲାଗି ଥାଏ କିନ୍ତୁ ଏହି ଟ୍ରାନ୍ସଫର୍ମରରେ ସେମିତି କିଛି ବ୍ୟବସ୍ଥା ନଥିବାରୁ ବିଦ୍ୟୁତ ତାର ତଳକୁ ଲମ୍ବିଛି । ଆଜି ଗୋଟିଏ ବଳଦ ସେହି ଟ୍ରାନ୍ସଫର୍ମର ତଳେ ଚରୁ ଥିବା ସମୟରେ ତାର ସଂସ୍ପର୍ଶରେ ଆସିଯାଇଥିଲା କିନ୍ତୁ ଭାଗ୍ୟ ବସତଃ ସେହି ସମୟରେ ବିଦ୍ୟୁତ ସରବରାହ ହେଉନଥିବାରୁ ବଳଦ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲା । ତେବେ ଏହି ଟ୍ରାନ୍ସଫର୍ମ ପାଇଁ ବାରମ୍ବାର ଗ୍ରାମବାସୀ ଅଭିଯୋଗ କଲା ପରେ ମଧ୍ୟ୍ୟ ବିଦ୍ୟୁତ ବିଭାଗୀୟ କର୍ମଚାରୀ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି । ଗ୍ରାମବାସୀ ମତପ୍ରକଶ କରିଛନ୍ତି ଯେ, ଆମେ ବାରମ୍ବାର ବିଦ୍ୟୁତ ବିଭାଗୀୟ କର୍ମଚାରୀଙ୍କୁ ଏହି ଟ୍ରାନ୍ସଫର୍ମ ବିଷୟରେ ଅବଗତ କରିଛୁ କିନ୍ତୁ ଏବେ ଯାଏଁ ବିଦ୍ୟୁତ ବିଭାଗରୁ କୌଣସି ବ୍ୟବସ୍ଥା ହୋଇନାଇଁ, ଯଦି ଯେ କୌଣସି ଅଘଟଣା ଘଟେ ତାହାହେଲେ ବିଦ୍ୟୁତ ବିଭାଗୀୟ କର୍ମଚାରୀ ସମ୍ପୂର୍ଣ ଦାୟୀ ରହିବେ । ତେଣୁ ଯଥା ଶୀଘ୍ର ଏହି ଟ୍ରାନ୍ସଫର୍ମର ସୁରକ୍ଷା ବାଡ଼ ଓ ସଟସର୍କିଟ ବକ୍ସ ଲଗାଇବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଏହି ସମ୍ପର୍କରେ ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରି ହେଁ ଯୋଗାଯୋଗ ହୋଇ ପାରିନଥିଲ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.