ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ମଧୁସୂଦନ ଠାକୁର): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ସରିଯାଇଛି ହେଲେ କମି ନାହିଁ ଉତ୍ସାହ । କଳାହାଣ୍ଡିର ବିଭିନ୍ନ ଅନୁଷ୍ଠାନ ଓ ସଂଘ ପକ୍ଷରୁ ଚାଲିଛି ନୂଆଖାଇ ଭେଟଘାଟ । ନୂଆଖାଇ ଭେଟଘାଟରେ ସମସ୍ତେ ଏକତ୍ରିତ ହୋଇ ଭାଇଚାରାର ବାର୍ତ୍ତା ପ୍ରଦାନ କରୁଛନ୍ତି । ଏହି କ୍ରମରେ କେସିଙ୍ଗା ସାମ୍ବାଦିକ ସମୁହ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ନୂଆଖାଇ ଭେଟଘାଟ ଓ ବନ୍ଧୁ ମିଳନ ଉତ୍ସବ । କେସିଙ୍ଗା ଆରଏମସି ଠାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରଜ ଯାଦବ, ବିଡିଓ ପ୍ରଫୁଲ୍ଲ କୁମାର ଓଡୁ, ତହସିଲଦାର ଜ୍ୟୋତିର୍ମୟ କର, ସରକାରୀ ଚିକିତ୍ସାଳୟର ପ୍ରସୂତି ବିଭାଗର ଡ଼ାକ୍ତର ସୁବାସ ବେହେରା, ଆଇଆଇସି ସତ୍ୟକୁମାର ନନ୍ଦ, କେସିଙ୍ଗା ଓକିଲ ସଂଘ ସଭାପତି ପ୍ରକାଶ ଦାସ, ବିଜେଡି ନେତା ସନ୍ତୋଷ ଶର୍ମା, କେସିଙ୍ଗା ନଗର ବିଜେପିର ପୂର୍ବତନ ସଭାପତି ପ୍ରଶାନ୍ତ ବାନେର୍ଜି, ଲଇତରା ସରପଞ୍ଚ ଅଶୋକ କୁମାର ପୋଢ଼ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଏଥିରେ କେସିଙ୍ଗା ବ୍ଲକ ସମୁହରୁ ୨୫ରୁ ଉର୍ଦ୍ଧ୍ବ ସାମ୍ବାଦିକ ଉପସ୍ଥିତ ରହି ଅତିଥି ମାନଙ୍କ ସହ କେସିଙ୍ଗା ବ୍ଲକର ବିଭିନ୍ନ ଛୋଟ ବଡ଼ ସମସ୍ୟା ଉପରେ ଆଲୋଚନା କରି ଶୀଘ୍ର ସେସବୁର ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ ।